ସହକାରୀ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଗିରଫ ପରୱାନା ଜାରି

0 802

ବୌଦ୍ଧ,୧୯/୯ – ଏକ ମାମଲାରେ ଖାଉଟି ଅଦାଲତର ଆଦେଶକୁ କାର୍ଯ୍ୟକାରୀ ନକରିବାରୁ ବୌଦ୍ଧ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ଓ ନିର୍ବାହୀଯନ୍ତ୍ରୀଙ୍କ ନାମରେ ଗିରଫ ପରୱାନା ଜାରି କରାଯାଇଥିବା ଜଣାପଡିଛି । ଏନେଇ ଅଭିଯୋଗକାରୀ ସଞ୍ଜିବ କୁମାର ଅଗ୍ରୱାଲା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶ୍ରୀ ଅଗ୍ରୱାଲା ଦେଇଥିବା ସୂଚନା ଅନୁଯାୟୀ ନିଜର ନୂତନ ବାସଗୃହ ନିର୍ମାଣପାଇଁ ଗତ ୫/୪/୨୦୧୯ରିଖରେ ଏକ ଅସ୍ଥାୟୀ ବିଦ୍ୟୁତ ସଂଯୋଗ ନେବାପାଇଁ ନିୟମ ଅନୁଯାୟୀ ଆବେଦନ କରିଥିଲେ । ସେଥିପାଇଁ ଚାଲାଣ ମାଧ୍ୟମରେ ୩୫୦ ଟଙ୍କା ଓ ଅଗ୍ରୀମ ୮୫୨୦ ଟଙ୍କା ବିଦ୍ୟୁତ ବିଭାଗକରେ ପଇଠ କରିଥିଲେ । ବିଦ୍ୟୁତ ବିଭାଗ ତାଙ୍କୁ ଅସ୍ଥାୟୀ ସଂଯୋଗ ମଧ୍ୟ ଦେଇଥିଲେ । କିନ୍ତୁ କିଛିଦିନ ପରେ ସହକାରୀ ଯନ୍ତ୍ରୀ ଶ୍ରୀ ଅଗ୍ରୱାଲଙ୍କ ଅସ୍ଥାୟୀ ବିଦ୍ୟୁତ ସଂଯୋଗକୁ ଛିନ୍ନକରି ହୁୁକିଂ କରି ବେଆଇନ ସଂଯୋଗ କରିଥିବା ଅଭିଯୋଗରେ ୨୦୭୦୬ ଟଙ୍କା ଫାଇନ କରିଥିଲେ । ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଏଭଳି କାର୍ଯ୍ୟର ବିରୋଧକରି ଶ୍ରୀ ଅଗ୍ରୱାଲା ଜିଲ୍ଲା ଖାଉଟି ଫୋରମରେ ୨୬/୦୨/୨୦ରେ ଅଭିଯୋଗ କରିଥିଲେ । ଅଦାଲତରୁ ନୋଟିସ ପାଇ ମଧ୍ୟ ବିଦ୍ୟୁତ ବିଭାଗ ବିଚାର ପ୍ରକ୍ରିୟାରେ କୌଣସି ସହଯୋଗ କରିନଥିଲେ । ମାମଲାର ଏକତରଫା ବିଚାରକରି ୩ଦିନ ମଧ୍ୟରେ ବିଦ୍ୟୁତ ସଂଯୋଗ ଦେବା ସହ ଏଥିରେ ଅବହେଳା କଲେ ଦୈନିକ ୧ହଜାର ଟଙ୍କା ଲେଖାଏଁ ଶ୍ରୀ ଅଗ୍ରୱାଲଙ୍କୁ ପ୍ରଦାନ କରିବାକୁ ଖାଉଟି ଅଦାଲତ ଅନ୍ତରୀଣ ରାୟ ଦେଇଥିଲେ । ବିଦ୍ୟୁତ ବିଭାଗ ରାଜ୍ୟ ଖାଉଟି ଅଦାଲତରେ ଅପିଲ କରିଥିଲେ ଓ ରାଜ୍ୟ ଅଦାଲତ ମଧ୍ୟ ତଳ ଅଦାଲତର ରାୟକୁ କାଏମ ରଖିଥିବା ଜଣାପଡିଛି ।
ଏହାପରେ ବୌଦ୍ଧଜିଲ୍ଲା ଖାଉଟି ଅଦାଲତ ପକ୍ଷରୁ ଅଦାଲତ ଆଦେଶ ଅବମାନନା ଅଭିଯୋଗରେ ସହକାରୀଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କ ନାମରେ ଗିରଫ ପରୱାନା ଜାରି କରିଛନ୍ତି । ଏ ସଂପର୍କରେ ମତାମତ ନେବାରୁ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ବିଦ୍ୟୁତ ସଂଯୋଗ ଛିନ୍ନ କରିଥିବା ସହକାରୀ ଯନ୍ତ୍ରୀ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

2 × 5 =