ବୌଦ୍ଧର ନୂତନ ୧୦ ଗୋଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷିତ

0 3,078

ବୌଦ୍ଧ,୧୩/୫ – ଆଜି ଠାରୁ ଆସନ୍ତା ୨୦ ତାରିଖ ଯାଏଁ ବୌଦ୍ଧ ଜିଲ୍ଲାର ନୂତନ ୧୦ ଗୋଟି ଅଞ୍ଚଳ କୁ ଜିଲ୍ଲାପାଳ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ଅଧିକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସଂକ୍ରମଣକୁ ରୋକିବା ପାଇଁ ହରଭଙ୍ଗା ବ୍ଲକ୍‌ ହରଭଙ୍ଗା ଗ୍ରାମ ପଞ୍ଚାୟତର ଭେଜିଗୋରା, କରଞ୍ଜକଟା ଗ୍ରାମ ପଞ୍ଚାୟତର କରଞ୍ଜକଟା ଓ ତୁକୁଲୁଣ୍ଡା ଗ୍ରାମ, ସାଂପୋଚ ଗ୍ରାମ ପଞ୍ଚାୟତର ସାଂପୋଚ ଗ୍ରାମ, କଣ୍ଟାମାଳ ବ୍ଲକ୍‌ ଦପଲା ଗ୍ରାମ ପଞ୍ଚାୟତର ଦପଲା ଗ୍ରାମ, କଣ୍ଟାମାଳ ଗ୍ରାମ ପଞ୍ଚାୟତର କଣ୍ଟାମାଳ ଗ୍ରାମ, ଶିମିଳି ପଦର ଗ୍ରାମ ପଞ୍ଚାୟତର ଲୋକାପଡା ଗ୍ରାମ, ବୌଦ୍ଧ ସହରାଞ୍ଚଳ ଅନ୍ତର୍ଗତ ରାଜନପାଲି, ଖଲିଆବଗିଚା ଓ ରାଜବାଟୀ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଉଛି । କଣ୍ଟେନମେଣ୍ଟ ଜୋନ ମଧ୍ୟରୁ ବାହାରକୁ କିମ୍ବା ବାହାର ଲୋକ ସେ ଅଞ୍ଚଳକୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସଂପୃକ୍ତ ବ୍ଲକର ବିଡିଓ ଓ ସହରାଞ୍ଚଳର ନିର୍ବାହୀ ଅଧିକାରୀ ମାନଙ୍କୁ କଣ୍ଟେନମେଣ୍ଟ ଜୋନ ନିକଟରେ ଅସ୍ଥାୟୀ ବାଡ ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସଂପୃକ୍ତ ତହସିଲ ଦାର୍‌ମାନେ ଥାନା ଅଧିକାରୀଙ୍କ ସହ ନିଷିଦ୍ଧାଞ୍ଚଳ ପରିଦର୍ଶନ କରିବାକୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

20 − eight =