ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା ବେଟିବଚାଓ ବେଟି ପଢାଓ କାର୍ଯ୍ୟକ୍ରମ

0 52

ବୌଦ୍ଧ,୨୫/୭- ଆଜି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାରେ ନୂତନ ଭାବେ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ଲିଙ୍ଗଗତ ତାରତମ୍ୟ ଜନିତ ଲିଙ୍ଗ ନିରୁପଣ ରୋକିବା, କନ୍ୟା ସନ୍ତାନର ସ୍ୱାସ୍ଥ୍ୟ, ପୃଷ୍ଟି ନିରାପତ୍ତା ଏବଂ ବଞ୍ଚିରହିବା ସୁନିଶ୍ଚିତ କରିବା, କନ୍ୟାଶିଶୁମାନେ ବିଦ୍ୟାଳୟକୁ ଯିବା ଏବଂ ବିଦ୍ୟାଳୟରେ ଉପସ୍ଥାନ ହାର ବଢାଇବା ନିଶ୍ଚିତ କରିବା, କନ୍ୟା ଶିଶୁର ଗୁରୁତ୍ୱ ସମ୍ପର୍କରେ ଗୋଷ୍ଠୀ ଏବଂ ସମସ୍ତ ସେବା ପ୍ରଦାନକାରୀ ସଂସ୍ଥା ମଧ୍ୟରେ ସଚେତନତା ବୃଦ୍ଧିକରିବା ଲକ୍ଷ୍ୟନେଇ ଆରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ରାହୁଲ କୁମାର ପ୍ରଧାନ ସ୍ୱାଗତଭାଷଣ ଦେବାସହ ପାୱାର ପଏଣ୍ଟ ମାଧ୍ୟମରେ ବୌଦ୍ଧ ଜିଲ୍ଲାର ସ୍ୱାକ୍ଷରିତ ହାର, ଲିଙ୍ଗଗତ ଅସମାନତା ଏବଂ ବାଲ୍ୟବିବାହ କ୍ଷେତ୍ରରେ ଜିଲ୍ଲାର ସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହ ିକାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗଦେଇ ବେଟିବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ଜିଲ୍ଲାରେ କନ୍ୟା ଭୃଣହତ୍ୟା, ବାଲ୍ୟବିବାହ ରୋକିବାରେ ପ୍ରମୁଖ ଭୁମିକା ଗ୍ରହଣ କରିବାସହ ଶିକ୍ଷାକ୍ଷେତ୍ରରେ ଝିଅମାନେ ଅଗ୍ରଣୀ ଭୁମିକା ନିର୍ବାହ କରିବେ ବୋଲି ମତପୋଷଣ କରିଥିଲେ । ସମ୍ମାନିତ ଅତିଥି ଭାବେ ଉପ-ଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର ଯୋଗଦେଇ ଶିକ୍ଷା ଓ ସ୍ୱାସ୍ଥ୍ୟକ୍ଷେତ୍ରରେ ଶିଶୁସୁରକ୍ଷାକୁ ସୁନିଶ୍ଚିତ କରିବା ଓ ଝିଅ ମାନଙ୍କ ପାଇଁ ଗ୍ରାମ୍ୟସ୍ତରରେ ସଚେତନତା ସୃଷ୍ଟିିକରି ଝିଅହେଲେ ପାଠୋଇ ଦେଶଯିବ ଆଗେଇ ସ୍ଲୋଗାନ ଦେବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ୱାସିଡିଏ ସି.ଇ.ଓ ରାଜେନ୍ଦ୍ର ମେହେର ଯୋଗଦେଇ ବୌଦ୍ଧ ଜିଲ୍ଲାରେ ବାଳିକା ଶିକ୍ଷା ଉପରେ ନିଜର ଗବେଷଣାତ୍ମକ ତଥ୍ୟ ଉପସ୍ଥାପନା କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରିଣୀ ଡ. ସଂଘମିତ୍ରା ଯୋଗଦେଇ ଗର୍ଭଧାରଣ ପୂର୍ବ ଓ ପ୍ରସବ ପୂର୍ବ ଜନ୍ମସଂକ୍ରାନ୍ତ କୌଶଳ ଅଧିନିୟମର କାର୍ଯ୍ୟକାରିତା, ସ୍ୱାସ୍ଥ୍ୟବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଆନାମିଆ ମୁକ୍ତଭାରତ ଅଭିଯାନ ଅମ୍ଲାନ, ଖୁସି ନାପକିନ ବ୍ୟବସ୍ଥା ଉପରେ ତଥ୍ୟ ଉପସ୍ଥାପନା କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁବାସ ଚନ୍ଦ୍ର ସାମଲ ଯୋଗଦେଇ ଅଦ୍ୱିକା, ପୋଷଣ ଆଦି ଯୋଜନାର କାଯ୍ୟକାରିତା ସଂକ୍ରାନ୍ତରେ ଆଲୋଚନା କରିଥିଲୋ ଅତିରିକ୍ତ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ଯୋଗଦେଇ ଝିଅ ପିଲାଙ୍କ ଶିକ୍ଷା ତଥା ଶିକ୍ଷାବିଭାଗ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ କହିଥିଲେ । ଝିଅ ମାନଙ୍କ ମଧ୍ୟରେ ସର୍ବାଧିକ ନମ୍ବରରଖି ଚଳିତବର୍ଷ ଦଶମଶ୍ରେଣୀ ସିବିଏସଇ ବୋର୍ଡରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ର୍ରଜ୍ଞା ପ୍ରିୟଦର୍ଶନୀ, ମୁସ୍କାନ ମିଶ୍ର, ଅର୍ପିତା ସ୍ୱୟଂଶ୍ରୀ ମିଶ୍ର, ସାଞ୍ଚି ଅଗ୍ରୱାଲ ଓ ବିଏସଇବୋର୍ଡରେ ଉତ୍ତୀର୍ଣ୍ଣ ହୋଇଥିବା ଅର୍ପିତା ପ୍ରିୟଦର୍ଶନୀ ଶତପଥି, ଅର୍ପନା ମହାପାତ୍ର, ସାନିଆ ଦେହୁରୀ ଏବଂ ଦ୍ୱାଦଶ ଶ୍ରେଣୀରେ ସିବିଏସଇ ବୋର୍ଡରେ ପ୍ର୍ରଜ୍ଞା ପରମିତା ପ୍ରଧାନ, ଶେତସ୍ୱିନି ପ୍ରଧାନ, ତୋସ୍ମିନ ିମେହେର ଓ ସିଏଚଏସଇରେ ଲିପ୍ସାରାଣୀ ସେଠୀ, ସୁଚିସ୍ମିତା ପ୍ରଧାନ, ଅଞ୍ଜନା ସାହୁଙ୍କୁ ସମ୍ମାନିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟନାରାୟଣ ବେହେରା, ସୁଚନା ଓ ଲୋକସମ୍ପର୍କ ଅଧିକାରିଣୀ ରିତାକାନ୍ତି ବଳିଆରସିଂ, ଶିଶୁମଙ୍ଗଳସମିତି ଅଧ୍ୟକ୍ଷ ଓ ସଦସ୍ୟ, ସମସ୍ତ ଶିଶୁବିକାଶ ପ୍ରକଲ୍ପ ଅଧିକାରଣୀ, ସମସ୍ତ ସୁପରଭାଇଜର, ୱାସିଡିଏ, ରେଆର, ଏଲକେବିକେ, ରାମକୃଷ୍ଣ ବାଳାଶ୍ରମ, ହାରଭେଷ୍ଟ ବ୍ଲେସିଂହୋମ ଆଦି ଅନୁଷ୍ଠାନ ସହ ବିଭିନ୍ନଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହ ିକାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ରାଜେନ୍ଦ୍ର ମଲ୍ଲିିକ, ସହଦେବ ନାଏକ, ବସନ୍ତ ଦିଶିରି, ସମରସେନ ସିଂ, ଚିତ୍ରସେନ ସାହୁ ପ୍ରମୁଖ ସହଯୋଗ କରିଥିବାବେଳେ ସୁଶାନ୍ତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

fourteen − one =