ବୌଦ୍ଧ ରଥ ମରାମତି ନିର୍ମାଣ କାମ ଓ ମନ୍ଦିର ପରିବେଶ ତଦାରଖ କଲେ ଅତିରିକ୍ତ ଜିଲ୍ଲାପାଳ

0 123

ବୌଦ୍ଧ,୭/୬ – ଚଳିତବର୍ଷ ବୌଦ୍ଧରେ ରଥଯାତ୍ରାକୁ ମହାସମାରୋହରେ ପାଳନ କରିବାପାଇଁ ଜିଲ୍ଲା ପ୍ରଶାସନ, ବ୍ରାହ୍ମଣ ସମାଜ ଓ ମନ୍ଦିର ପରିଚାଳନା କମଟି ପକ୍ଷରୁ ଉଦ୍ୟମ ଜାରିରହିଛି । ଆଜି ଅତିରିକ୍ତ ଜିଲ୍ଲାପାଳ ବବିତା ଦଳବେହେରା ରଥଖଳାକୁ ଯାଇ ରଥ ମରାମତିର କାମ ତଦାରଖ କରିଥିଲେ । ଗତ ଦୁଇବର୍ଷ କୋଭିଡ ମହାମାରୀ ଯୋଗୁଁ ରଥଯାତ୍ରା ବନ୍ଦ ରହିଥିବା ବେଳେ ରଥ ମରାମତି ହୋଇପାରିନ ଥିବାରୁ ଗୋଟିଏ ଚକ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ୪ଗୋଟି ରଥଚକର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ରଥବେଢାର ଚଟାଣରେ ପଡିଥିବା ସମସ୍ତ ପଟାକୁ ପରିବର୍ତ୍ତନ କରାଯିବ ବୋଲି ଜଣାପଡିଛି । ତଦାରଖ ସମୟରେ ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ, ଜିଲ୍ଲା ବ୍ରାହ୍ମଣ ସମାଜର ସଭାପତି ଗୁରୁ ପ୍ରସାଦ ଦାଶ, ସଂପାଦକ ଦେବାଶିଷ ପୁରୋହିତ, ମନ୍ଦିର ପରିଚାଳନା କମଟିର ସଭାପତି ରଘୁନାଥ ଷଡଙ୍ଗୀ ଉପସ୍ଥିତ ଥିଲେ । ଏହି ଅବସରରେ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ । ମନ୍ଦିର ପରିବେଶକୁ ସଫା କରିବାପାଇଁ ବୌଦ୍ଧ ବିଜ୍ଞାପିତ ଅଂଚଳ ପରିଷଦକୁ ନିର୍ଦ୍ଦେଶ ଦେଇଥିଲେ । ଅପରାହ୍ନରେ ପରିଷଦର କର୍ମଚାରୀଙ୍କ ସହିତ ଶ୍ରୀମତି ଦଳବେହେରା, ଡି.ଆଇ.ପିଆର୍‌.ଓ, ବ୍ରାହ୍ମଣ ସମାଜ ଓ ପରିଚାଳନା କମିଟିର କାର୍ଯ୍ୟକର୍ତାମାନେ ମିଳିତ ଭାବେ ମନ୍ଦିର ପରିବେଶକୁ ସଫା କରିଥିଲେ ।

hiranchal ad1
Leave A Reply

Your email address will not be published.

4 × 4 =