ରାଜ୍ୟସ୍ତରୀୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ ନେଇ ବୌଦ୍ଧରେ ପ୍ରସ୍ତୁତି ଜୋରଦାର

0 109

ବୌଦ୍ଧ,୯ା୧୧: ରାଜ୍ୟସ୍ତରୀୟ ୬୯ତମ ସିନିୟିର ମହିଳା ଦଳ ଭଲିବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୧ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ବୌଦ୍ଧର ଷ୍ଟାଡିୟମ ପଡିଆଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ବୌଦ୍ଧଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ପ୍ରଶାସନ ପକ୍ଷରୁ ଷ୍ଟାଡିୟମ ପଡିଆରେ ପ୍ରସ୍ତୁତି କାର୍ଯ୍ୟ ଜୋରସୋର ଭାବରେ ଚାଲୁଅଛି । ରାଜ୍ୟ ଭଲିବଲ ସଂଘ ଆନୁକୂଲ୍ୟରେ ଓ ଜିଲା କ୍ରୀଡା ସଂଘର ସହଯୋଗରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ଓ ତଦାରଖ ପାଇଁ ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆଙ୍କୁ ସ୍ୱତନ୍ତ୍ର ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି । ଖେଳକୁ ଆକର୍ଷଣୀୟ କରିବାପାଇଁ ପ୍ରଶାସନ ପକ୍ଷରୁ ସବୁପ୍ରକାର ଉଦ୍ୟମ ଆରମ୍ଭ କରିଥିବାବେଳେ ମଙ୍ଗଳବାର ଦିନ ସନ୍ଧ୍ୟାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମିଳିତ ଭାବେ ଡାକବାଜି ଯନ୍ତ୍ର ଦ୍ୱାରା ସହର ସାରା ପ୍ରଚାର କରାଯାଇଛି । ଷ୍ଟାଡିୟମ ରାସ୍ତାକୁ ବିଭିନ୍ନ ପ୍ରକାର ରଙ୍ଗିନ ଆଲୋକରେ ସଜ୍ଜିତ କରାଯାଇଥିବାବେଳେ ସହରର ବିଭିନ୍ନ ସ୍ଥାନରେ ତୋରଣ ଓ ହୁଡିଂ ସବୁ ଲଗାଯାଇଛି । ଜିଲ୍ଲାରେ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ମହିଳା ଭଲିିବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଥିବାରୁ ଜିଲାର ସମସ୍ତ କାର୍ଯ୍ୟାଳୟର ଅଧିକାରୀ ଏବଂ ମହିଳା କର୍ମଚାରୀ , ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରୀମାନେ ବହୁସଂଖ୍ୟାରେ ଯୋଗଦାନ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିବାକୁ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଅନୁରୋଧ କରିଛନ୍ତି । ଜିଲାପାଳ ଲଲାଟେନ୍ଦୁ ମିଶ୍ର ଜିଲାର ସମସ୍ତ ମହିଳାମାନେ ଉପସ୍ଥିତ ରହି ଏହି ଖେଳକୁ ଉପଭୋଗ କରିବାସହ ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବାକୁ ଅନୁରୋଧ କରିଛନ୍ତି । ଟୁର୍ଣ୍ଣାମେଣ୍ଟର ସମସ୍ତ ଖେଳ ଦିନ ୧୦ ଟାରୁ ଆରମ୍ଭହୋଇ ରାତ୍ରି ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ରବିନ୍ଦ୍ର କୁମାର ରାଉତ ସୂଚନା ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

1 × 5 =