ବୌଦ୍ଧ,୨୭/୮- ବୌଦ୍ଧ-ବୁଟୁପାଲି ଜାତୀୟ ରାଜପଥ ପାଶ୍ୱର୍ରେ ଏକ ଗୋଦାମରେ ଆଜି ସକାଳ ପ୍ରାୟ ୧୦ଟା ସମୟରେ ଟ୍ରକରୁ ମାର୍ବଲ ଅନଲୋଡ ହେଉଥିଲା । ଅନଲୋଡ ସମୟରେ ମାର୍ବଲ ଖସିପଡିବାରୁ ୨ଜଣ ଶ୍ରମିକ ସେଥିରେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି । ବୌଦ୍ଧ ଅଗ୍ନିଶମ ବାହିନୀ ଖବରପାଇ ବହୁକଷ୍ଟରେ ମାର୍ବଲସବୁ ଜେସିବି ମେସିନରେ ବାହାର କରିବାପରେ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତକଙ୍କ ମଧ୍ୟରୁ ଜଣେ ବୌଦ୍ଧସହରର ବାପୁଜୀନଗରର ପଞ୍ଚାନନ ନାଏକ ଓ ଅନ୍ୟଜଣକ ଆଠମଲ୍ଲିକ ଅଞ୍ଚଳର ବିଶ୍ୱାମିତ୍ର ଦେହୁରୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ତପସ୍ୱିନୀ କହଁର ପହଞ୍ଚି ଘଟଣା ସଂପର୍କରେ ଅନୁଧ୍ୟାନ କରୁଛନ୍ତି ।