ପ୍ରାଣୀ ସହାୟକ କେନ୍ଦ୍ର ରବିବାର ବନ୍ଦ ରହୁଛି, ବଢୁଛି ଅସନ୍ତୋଷ

0 157

ବୌଦ୍ଧ/ ଜହ୍ନାପଙ୍କ,୧୨/୯- ବୌଦ୍ଧବ୍ଳକ ବଢିଗାଁଠାରେ ଥିବା ପ୍ରାଣୀ ସହାୟକ କେନ୍ଦ୍ର ରବିବାର ବନ୍ଦ ରହୁଥିବାରୁ ଗୋପାଳକ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।କେତେକ ବ୍ୟକ୍ତି ଗାଈ ତଥା ନିଜ ଗୃହପାଳିତ ପଶୁପକ୍ଷୀଙ୍କୁ ଚିକିତ୍ସା ପାଇଁ ରବିବାର ପ୍ରାଣୀଧନ ସହାୟତା କେନ୍ଦ୍ରକୁ ଆଣିଥିବାବେଳେ ସେଠାରେ ପ୍ରାଣୀ ନିରୀକ୍ଷକ କିମ୍ବା କୌଣସି କର୍ମଚାରୀ ଉପସ୍ଥିତ ନଥିଲେ । ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ସ୍ଥାନୀୟ ବାସିନ୍ଦା ଅଶୋକ ମଲ୍ଲିକ ତାଙ୍କ ଗାଈର ଚିକିତ୍ସା ପାଇଁ ସେଠାକୁ ଆସିଥିବା ବେଳେ ପ୍ରାଣୀ ଚିକିତ୍ସାଳୟ ବନ୍ଦ ଥିବାରୁ ନିରାଶ ହୋଇ ଫେରିଥିଲେ । ସବୁ ରବିବାର ପ୍ରାଣୀ ଚିକିତ୍ସାଳୟ ବନ୍ଦ ଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି । ପ୍ରାଣୀ ନିରୀକ୍ଷକ ଘରକୁ ଚିକିତ୍ସା ପାଇଁ ଆସିଲେ ୟୁଜର୍ସ ଫି ସରକାରୀ ଭାବେ ୩୦ ଟଙ୍କା ଥିବା ବେଳେ ୧୦୦ ଟଙ୍କା ଓ ତାଠାରୁ ଅଧିକ ଅର୍ଥ ଦାବି କରୁଥିବା ଗୋପାଳକମାନେ ଅଭିଯୋଗ କରିଛନ୍ତି । ଅତୀତରେ ବୌଦ୍ଧ ସିଡିଭିଓଙ୍କୁ ଏନେଇ ଅଭିଯୋଗ କରିଥିଲେ ମଧ୍ୟ ତାର କିଛି ପ୍ରତିକାର ହେଉନାହିଁ । ଏସମ୍ପର୍କରେ ବିଶ୍ୱାମିତ୍ର ପ୍ରଧାନ କହିଛନ୍ତି ଯେ ପ୍ରାଣୀଧନ ଚିକିତ୍ସାଳୟ ରବିବାର ବନ୍ଦ ରହୁଥିବା ସ୍ଥାନୀୟ ଜନସାଧାରଣ ସବୁବେଳେ ଅଭିଯୋଗ କରି ଆସୁଛନ୍ତି । ଏ ନେଇ ବିଭାଗୀୟ ଉପରିସ୍ଥ ଅଧିକାରୀ ଆବଶ୍ୟକ ପଦକ୍ଷେପ ନନେଲେ ପୁଣି ଅଞ୍ଚଳର ଗୋପାଳକମାନେ ତାଲା ପକାଇବେ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen + eight =