ଦାବି ପୂରଣ ନହେଲେ ଆସନ୍ତା ନଭେମ୍ବର ୧୦ରେ ନାଗରିକ କମିଟିର ଆନ୍ଦୋଳନ ଚେତାବନୀ

0 425

ବୌଦ୍ଧ,୨୨/୧୦ – ଆଜି ବୌଦ୍ଧ ନାଗରିକ କମିଟିର ଏକ ସାଧାରଣ ବୈଠକ ମାତଙ୍ଗେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବୌଦ୍ଧଜିଲ୍ଲାକୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆରଡିସି)ରେ ସାମିଲ କରିବା, ବୌଦ୍ଧଗଡ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପୌରପରିଷଦର ମାନ୍ୟତା ଦେବା ଏବଂ ୨ବର୍ଷ ତଳେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଶ୍ୱପ୍ରସିଦ୍ଧ ଚାରିଶମ୍ଭୁ ମନ୍ଦିରର ସୌନ୍ଦର୍ଯ୍ୟକରଣ ନିମନ୍ତେ ହୋଇଥିବା ଘୋଷଣା ତ୍ୱରିତ କାର୍ଯ୍ୟକାରୀ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି । ଏହିକ୍ରମରେ ପ୍ରଥମ ପର୍ଯ୍ୟାୟରେ ବୌଦ୍ଧଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତା ନଭେମ୍ବର ୧୦ ତାରିଖରେ ଗଣଧାରଣା ଦେବାସହ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଉପରୋକ୍ତ ଦାବିଗୁଡିକ କାର୍ଯ୍ୟକାରୀ ନହଲେ କମିଟି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାପାଇଁ ନିଷ୍ପତ୍ତି ନେଇଛି । ଏହି ବୈଠକରେ ସହରର ବୁଦ୍ଧିଜୀବୀ, ସାମ୍ବାଦିକ, ଓକିଲ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଏବଂ ବିଭିନ୍ନ ସାମାଜିକ ସଂଗଠନର ମୁଖ୍ୟ ଯୋଗଦେଇ ନିଜନିଜ ମତ ଉପସ୍ଥାପନ କରିଥିଲେ । ନାଗରିକ କମିଟି ସଂପାଦକ ବିଶ୍ୱେଶ୍ୱର ପୃଷ୍ଟିଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସାଧାରଣ ସଭାରେ ଡମ୍ବରୁଧର ଭୋଇ, ଚନ୍ଦ୍ରଶେଖର ପାତ୍ର, ସୂର୍ଯ୍ୟକାନ୍ତ ଦଳବେହେରା, ଲବକିଶୋର ପ୍ରଧାନ, ବିପ୍ରଚରଣ ମହାନ୍ତି, ନବକୁମାର ମିଶ୍ର, ନିରୋଦ କୁମାର ମେହେର, ସମରେଶ ମିଶ୍ର, ନିଶୀଥ କୁମାର ପୃଷ୍ଟି, ଶଶାଙ୍କ ଶେଖର ମିଶ୍ର, ସଞ୍ଜିବ ମହାକୁଳ, ଯୁଗଳ କିଶୋର ସାମଲ, ରଘୁନାଥ ଷଡଙ୍ଗୀ, ଡୋଳାମଣି ପ୍ରଧାନ, ପ୍ରଦେଶୀ ବେହେରା, ଦିବ୍ୟରଞ୍ଜନ ପଟ୍ଟନାୟକ, ଦେବାନନ୍ଦ ସାହୁ, ଶୁଭେନ୍ଦୁ ପଟ୍ଟନାୟକ, ମନୋଜ କୁମାର ପ୍ରଧାନ, ବିକାଶ ମହାକୁଳ, ଗଜେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

twelve + 6 =