ବିଭିନ୍ନ ଦାବିନେଇ ନାଗରିକ କମିଟିର ଗଣଧାରଣା ଓ ଦାବିପତ୍ର ପ୍ରଦାନ

0 73

ବୌଦ୍ଧ,୧୦/୧୧:- ବୌଦ୍ଧ ନାଗରିକ କମିଟି ତରଫରୁ ୩ ଦଫା ଦାବି ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ବୌଦ୍ଧ ଜିଲ୍ଲାକୁ ଉତ୍ତରାଞ୍ଚଳ ରାଜସ୍ୱ ଆଯୁକ୍ତ (ଆରଡିସି)ରେ ସାମିଲ କରିବା, ବୌଦ୍ଧଗଡ ଏନଏସି କୁ ମ୍ୟୁନିସିପାଲିଟିରେ ପରିଣତ କରିବା ଏବଂ ୨୦୧୯ ଜାନୁଆରୀରେ ବିଛୁପାଲି ରେଳ ଷ୍ଟେସନ ଉଦଘାଟନ ସମୟରେ ବଲାଙ୍ଗୀରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ବୌଦ୍ଧ ଗନ୍ଧରାଡ଼ି ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ କରିବା ପ୍ରମୁଖ ଦାବିନେଇ ବୌଦ୍ଧ ନାଗରିକ କମିଟି ତରଫରୁ ଦିନ ୧୧ଟାରୁ ଗୋଟାଏ ପର୍ଯ୍ୟନ୍ତ ଧାରଣା ଦିଆଯାଇଥିଲା ।

hiring

ଏହି ଧାରଣାରେ ବିପ୍ରଚରଣ ମହାନ୍ତି, ସୂର୍ଯ୍ୟନାରାୟଣ ମହାପାତ୍ର, ପ୍ରଦୋଷ ମିଶ୍ର, ଦିବ୍ୟଶଙ୍କର ରାଉତ, ସୌମିତ୍ରୀ ନାୟକ, ନବ କୁମାର ମିଶ୍ର, ସୋମରେଶ ମିଶ୍ର, ଯୁଗଳ କିଶୋର ସାମଲ, ସୁଧାଂଶୁ ଶେଖର ମିଶ୍ର, ଦୁର୍ଯ୍ୟୋଧନ ବିଶି, ପଙ୍କଜ କର୍ଣ୍ଣ, ସରୋଜ ପ୍ରଧାନ, ଶୁଭେନ୍ଦୁ ପଟ୍ଟନାୟକ, ରାୟ ସଞ୍ଜିବ କୁମାର ଦେଓ, ସୁଜ୍ଞାନ ପାତ୍ର, ସୂର୍ଯ୍ୟକାନ୍ତ ଦଳବେହେରା, ଡମ୍ବରୁ ଭୋଇ, ପ୍ରଭାତ ସାହୁଙ୍କ ସମେତ କଣ୍ଟାମାଳ, ବାଉଁଶୁଣୀ, ଜହ୍ନାପଙ୍କ, ପୁରୁଣାକଟକ ଅଞ୍ଚଳରୁ ବିଭିନ୍ନ ଅନୁଷ୍ଠାନର ସ୍ୱେଚ୍ଛାସେବୀ, ବରିଷ୍ଠ ନାଗରିକ, ସଂଗଠନର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ । ଏଥିସହିତ ଜିଲ୍ଲା ଟ୍ରକ ମାଲିକ ସଙ୍ଘ, ମୋଟର ଚାଳକ ସଙ୍ଘ, ମୋଟର ଯାନ ମେକାନିକ ସଙ୍ଘ, ବିଭିନ୍ନ କ୍ଲବ ଏବଂ ଜାତି ସମାଜର କର୍ମକର୍ତ୍ତା, ବୁଦ୍ଧିଜୀବୀ, ସାମ୍ବାଦିକ ତଥା ନାଗରିକ କମିଟିର ଶତାଧିକ ସଦସ୍ୟ ମଧ୍ୟ ଧାରଣାରେ ବସିଥିଲେ ।

ଧାରଣା ପରେ ନାଗରିକ କମିଟିର ସମ୍ପାଦକ ବିଶେଶ୍ୱର ପୃଷ୍ଟିଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଜରିଆରେ ରାଜସ୍ୱ ଆୟୁକ୍ତ, ମ୍ୟୁନସିପାଲଟି ସମ୍ବନ୍ଧୀୟ ଦୁଇଟି ଦାବିପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏବଂ ଗନ୍ଧରାଡ଼ି ମନ୍ଦିର ସୌନ୍ଦର୍ଯ୍ୟକରଣ ସମ୍ବନ୍ଧୀୟ ଅନ୍ୟ ଏକ ଦାବିପତ୍ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।

hiranchal ad1
Leave A Reply

Your email address will not be published.

5 × four =