ବାଉଁଶୁଣୀରେ ପାନୀୟଜଳ ସମସ୍ୟା, ସଚଳ ୩ ନଳକୂପ ଏବେ ଅଚଳ

0 82

ବାଉଁଶୁଣି,୧୭/୫- ବୌଦ୍ଧବ୍ଲକ ବାଉଁଶୁଣି ବଜାର ଏକ ପାନୀୟ ଜଳକଷ୍ଟ ଭୋଗୁଥିବା ସହର । କାରଣ ଏଠାକାର ଅଧିକାଂଶ କୂଅର ଜଳ କ୍ଷାରୀୟ ଅଟେ । ଏହାଛଡା ସ୍ଥାନୀୟ ମାଉଲିମୁଣ୍ଡା ପ୍ରକଳ୍ପରୁ ବଜାରର ସବୁ ଅଞ୍ଚଳକୁ ପାନୀୟ ଜଳ ଯୋଗାଇ ଦିଆଯାଉନାହିଁ । ମେଡ଼ିକାଲ ଛକ ଠାରୁ ସ୍କୁଲ ଛକ ମଧ୍ୟରେ ଥିବା ୬ଟି ଟ୍ୟାପ ଓ ବୈଜୟନ୍ତି ବଜାର ଅଞ୍ଚଳରେ ଥିବା ୨ଟି ଟ୍ୟାପରେ ଗତ ୨୦୨୦ ମସିହା ଅଗଷ୍ଟ ମାସରୁ ପାଣି ବାହାରୁନଥିବା ବିଷୟ ହେଉଛି ତାହାର ଜ୍ୱଳନ୍ତ ଉଦାହରଣ । ଏପରି ଜଳ ସଙ୍କଟ ସ୍ଥାନରେ ତିନୋଟି ସଚଳ ନଳକୂଅକୁ ଜାଣିଶୁଣି ଅକାମି କରିଦିଆ ଯାଇ ନଳକୂଅ ଗୁଡିକୁ ଏକ ରକମ ମାରିଦିଆଯାଇଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସହରର ମାଉଲିମୁଣ୍ଡା ଛକରେ ଗୋଟିଏ, ମେଡ଼ିକାଲ ଛକରେ ଗୋଟିଏ ଏବଂ ଷ୍ଟେଟବ୍ୟାଙ୍କ ନିକଟରେ ଗୋଟିଏ ଏଭଳି ୩ଟି ନଳକୂଅକୁ ମୃତ ଅବସ୍ଥାରେ ଦେଖିବାକୁ ମିଳିଛି । କେତେକ ଅସାମାଜିକ ଲୋକ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏସବୁ ନଳକୂଅକୁ ଜାଣିଶୁଣି ଅକାମି କରିଦେଇଥିବାର ଅଭିଯୋଗ ହୋଇଛି । ଯଦି ନଳକୂଅ ଗୁଡିକୁ ଚଳାଇବାର ନଥିଲା ତାହେଲେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏସବୁକୁ ଏହି ସ୍ଥାନ ମାନଙ୍କରେ ଖୋଳା ଯାଉଥିଲା କାହିଁକି ବୋଲିି ସାଧାରଣରେ ପ୍ରଶ୍ନ କରାଯାଇଛି । ତେଣୁ ଆରଡବ୍ଲୁଏସଏସ ବିଭାଗ ପକ୍ଷରୁ ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାସହ ତୁରନ୍ତ ଏସବୁ ଅଚଳ ନଳକୂଅ ଗୁଡିକୁ ସଚଳ କରାଯିବାକୁ ସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

twenty + six =