ବୌଦ୍ଧ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କୁ ଅଗ୍ନି ନିରାପତ୍ତା ତାଲିମ କାର୍ଯ୍ୟକ୍ରମ

0 118

ବୌଦ୍ଧ,୨୦ା୫ : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିକାଣ୍ଡ ସମୟରେ ନିଆଁକୁ ଆୟତ୍ତ କରିବା ଓ ନିଜେ କିପରି ସୁରକ୍ଷିତ ରହିବା ସହିତ ଅନ୍ୟକୁ କିପରି ଉଦ୍ଧାର କରିପାରିବା ସେନେଇ ବିଭିନ୍ନ କୌଶଳ ଉପରେ ମକଡ୍ରିଲ ଜରିଆରେ ତାଲିମ ପ୍ରଦାନ କରାଯାଇଥିଲା । କୌଣସି କୋଠାର ଉପର ମହଲାରେ ନିଆଁ ଲାଗିଥିଲେ କିପରି ଉଦ୍ଧାର କରାଯାଇପାରିବ ତାର କୌଶଳ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା । ସେହିପରି ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଲେ କିପରି ନିଆଁକୁ ଆୟତ୍ତ କରାଯାଇପାରିବ ଏବଂ ତୁରନ୍ତ କେଉଁ କେଉଁ ପଦକ୍ଷେପ ଗ୍ରହଣ କରାଯିବ ତାହାର ତାଲିମ ପ୍ରଦାନ କରାଯାଇଥିଲା । ଏହି ତାଲିମ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଉପଜିଲ୍ଲାପାଳ ସନତ କୁମାର ନାଏକ,ଡେପୁଟି କଲେକ୍ଟର ଝରଣା ପ୍ରଧାନ, ସହକାରୀ ଜିଲ୍ଲାପାଳ ବିରଞ୍ଚି ଧରୁଆ, ଚନ୍ଦ୍ରଶେଖର ବେହେରା, ସସ୍ମିତା ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଅବନୀକାନ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

19 − two =