କଳ୍ପନାଙ୍କ ପାଇଁ ଭୋଟ ପ୍ରଚାର କଲେ ସ୍ଥାନୀୟ ବିଧାୟକ

0 572

ବୌଦ୍ଧ ୧୦/୨: ବୌଦ୍ଧ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜିଲ୍ଲା ପରିଷଦ ଯୋନ ୬ ରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ଏହି ଯୋନ ବିଜେଡିର ଗଡ ହୋଇଥିଲେ ହେଁ ଗତ ନିର୍ବାଚନରେ ବିଜେପି ହାତକୁ ଏହି ଆସନ ଚାଲିଯିବା ସହିତ ବିଜେଡିକୁ ବଡ଼ ଝଟକା ଲାଗିଥିଲା । ଅବଶ୍ୟ ବିଜେଡି ଅପେକ୍ଷା ବିଜେପିର ପ୍ରାର୍ଥୀ ସୁଦୃଢ ଥିଲେ । ଏଥର ଯୋନ ୬ ରେ ବିଜେଡିରୁ କଳ୍ପନା ସାହୁ, ବିଜେପିରୁ ସନ୍ତୋସିନି ମହାକୁଡ଼ ଓ କଂଗ୍ରେସ ରୁ ସଂଧ୍ୟାରଣୀ ସିଂ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ପ୍ରଚାରରେ ଆଗୁଆ ରହିଛି । ପୂର୍ବତନ ସଂ ।ସଦ ମହାମେଘବାହନ ଐର ଖାରବେଳ ସ୍ୱାଇଁ ଯୋନର ବିଭିନ୍ନ ଗ୍ରାମକୁ ଯାଇ ସନ୍ତୋଷିନୀ ଙ୍କ ପାଇଁ ପ୍ରଚାର କରିଥିଲେ । ତେବେ କଂଗ୍ରେସ ପ୍ରାର୍ଥନି ସଂଧ୍ୟାରଣୀଙ୍କ ପାଇଁ ଜିଲ୍ଲା ସଭାପତି ପ୍ରଚାର କରିଥିଲେ । ଦୁଇ ଦଳ ଯଦିଓ ପ୍ରଚାରରେ ଆଗୁଆ ଅଛନ୍ତି ତଥାପି ବିଜେଡି ଆଜି ଷ୍ଟାର ପ୍ରଚାରକ ପୂର୍ବତନ ମନ୍ତ୍ରୀ ତଥା ବାଚସ୍ପତି ତଥା ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ଅମାତ ଜିଲ୍ଲା ପରିଷଦ ପ୍ରାର୍ଥୀନି କଳ୍ପନା ସାହୁଙ୍କ ପାଇଁ ପ୍ରଚାର ଜୋର ଦାର କରିଛନ୍ତି । ବିଧାୟକ ଲକ୍ଷ୍ମୀପ୍ରସାଦ ପଂଚାୟତର ନାରାୟଣ ନଗର ଗ୍ରାମକୁ ଯାଇ ପ୍ରଚାର ଜୋରଦାର କରିଥିଲେ । ଏହି ଅବସରରେ ଗଙ୍ଗାଧର ମେହେର ଛକଠାରେ ପଥପ୍ରାନ୍ତ ସଭାରେ ପୂର୍ବତନ ସରପଞ୍ଚ ଭୋଳାଗିରି ସାହୁ ଅଧ୍ୟକ୍ଷତା କରିଥିଲେ । ଏଥିରେ ବିଧାୟକ ଶ୍ରୀ ଅମାତ ରାଜ୍ୟ ସରକାରଙ୍କ ମମତା ଯୋଜନାଠାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ଆଦି ଜନକଲ୍ୟାଣକାରୀ ଯୋଜନାର ସଫଳତା ସମ୍ପର୍କରେ କହିଥିଲେ ଏବଂ ଦଳୀୟ ପ୍ରାର୍ଥୀ ଙ୍କୁ ଜିତାଇବାକୁ ଭୋଟ ଭିକ୍ଷା କରିଥିଲେ । କାର୍ଯ୍ୟକ୍ରମ ରେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଞ୍ଜନ ନାଏକ, ବରିଷ୍ଠ ଆଇନଜୀବୀ ତାରେଣୀ ମହାପାତ୍ର, ଅଶୋକ ସାହୁ, ୬ନଂ ଯୋନ ପ୍ରାର୍ଥୀ କଳ୍ପନା ସାହୁ, ଲଷ୍ମୀପ୍ରସାଦ ସରପଞ୍ଚ ରାଜେନ୍ଦ୍ର ମେହେର, ଜ୍ଞାନ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହା ପରେ ଚନ୍ଦ୍ରପୁର ଗାଁ କୁ ଯାଇ ଘରକୁ ଘର ବୁଲି ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ନିବେଦନ କରିଥିଲେ ।

hiranchal ad1
Leave A Reply

Your email address will not be published.

5 + 1 =