ଜହ୍ନ ।ପଙ୍କ,୨୬/୯: ବୌଦ୍ଧ ବ୍ଳକ ତେଲିବନ୍ଧ ହାଟପଦା ଠାରେ କୌପନିଧାରୀ ମହିମା ସମାଜ ବୌଦ୍ଧର ଏକ ବୈଠକ ଭୀମସେନ କଲତାଙ୍କ ସଭାପତିତ୍ୱରେ ରବିବାର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗୋବିନ୍ଦ ବାବାଙ୍କ ନିକଟରେ ଧୁନି ଲଗାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଶ୍ରୀ କଲତା ବୌଦ୍ଧ ଜିଲ୍ଲାର ସମସ୍ତ ମହିମାଧର୍ମୀ ପିତା ମାତା, ଭାଇ ଭଉଣୀ ମାନଙ୍କୁ କାର୍ଯ୍ୟକ୍ରମରେ ସାମିଲ କରି ସମାଜର ସଂଗଠନକୁ କିପରି ମଜବୁତ କରାଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏହା ପରେ ସମାଜ ଶୃଙ୍ଖଳିତ ପାଇଁ ଓ ନୀତି ନିୟମରେ ଚାଲିବା ପାଇଁ ଏକ ପରିଚାଳନା କମିଟିର ପୁନର୍ଗଠନ ପାଇଁ ପ୍ରସ୍ତାବ ଆଗତ କରିଥିଲେ । ଆଲୋଚନା ପରେ ସର୍ବସମ୍ମତିକ୍ରମେ ଜିଲ୍ଲା ସଭାପତି ଭାବେ ବିଶ୍ୱନାଥ ମହ ।ନନ୍ଦିଆ, ଉପସଭାପତି ଫଗୁନାଥ ନାୟକ, ସାଧାରଣ ସମ୍ପାଦକ ଭୀମସେନ କଲତା, କୋଷାଧ୍ୟକ୍ଷ ଅରୁପାନନ୍ଦ ବେହେରା, ମଣ୍ଡଳ ସଭାପତି ନିରଞ୍ଜନ ରାଜହଂସ, ମଣ୍ଡଳ ଉପ ସଭାପତି ଭାବେ ହୃଦାନନ୍ଦ ବେହେରାଙ୍କୁ ମନୋନୀତ କରାଯାଇଛି । କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ କୌପନିଧାରୀ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।