ବୌଦ୍ଧ/ଜହ୍ନ ।ପଙ୍କ,୯/୧: ବୌଦ୍ଧ ବ୍ଳକ ବଢିଗାଁ ଖେଳ ପଡ଼ିଆରେ ମା ଦୁର୍ଗା କ୍ଳବ ଆନୁକୂଲ୍ୟରେ ପଞ୍ଚମ ମା ଭୈରବୀ ଫୁଟବଲ ପ୍ରତିଯୋଗିତାର ଫାଇନାଲ ଖେଳ ଆଇ ଆର ବି ଅଫିସିଆଲ ଓ ବଢ଼ିଗାଁ ମଧ୍ୟରେ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାକୁ ଗୋଲ ଦେଇନପାରିବାରୁ ଟାଇବେକର ସହାୟତା ନିଆଯାଇଥିଲା । ଏଥିରେ ଆଇ ଆର ବି ଦଳ ୫-୪ ଗୋଲରେ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା । ଆଜିର ମ୍ୟାଚକୁ ବିଭୁତି ଭୂଷଣ ବେହେରା ପରିଚାଳନା କରିଥିବାବେଳେ ତାପସ ଭୋକ୍ତା ଓ ପ୍ରହଲ୍ଲାଦ ଭୋକ୍ତା ଲାଇନରେ ସହଯୋଗ କରିଥିଲେ । ଚତୁର୍ଥ ରେଫରୀ ଭାବେ ସୁଜୀତ ରାଜହଂସ ଦାୟିତ୍ୱ ତୁଲାଇଥିଲେ । ଏହି ଉପଲକ୍ଷେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର ନୋମିନି ଦେବାଶିଷ ପୁରୋହିତ ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ତେଲିବନ୍ଧ ପଂଚାୟତର ପୂର୍ବତନ ସମିତି ସଭ୍ୟ ପ୍ରଭାତ କୁମାର ପ୍ରଧାନ, ବିଜେଡ଼ି ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ପାଢ଼ୀ, ବଣିକ ସଙ୍ଘ ସଭାପତି ସଦାନନ୍ଦ ପୂଜାରୀ, ଗଜେନ୍ଦ୍ର ଅମାତ ଯୋଗଦେଇ ଉପବିଜେତା ବଢ଼ିଗାଁ ଦଳଙ୍କୁ ଟ୍ରଫି ସହ ୪ ହଜାର ଟଙ୍କା ଓ ଚମ୍ପିୟାନ ଆଇ ଆର ବି ଦଳଙ୍କୁ ଟ୍ରଫି ସହ ୫ ହଜାର ଟଙ୍କା ପୁରସ୍କୃତ କରିଥିଲେ । ଦୀର୍ଘ୭ ଦିନ ଧରି ଚାଲିଥିବା ଏହି ଫୁଟବଲ ପ୍ରତିଯୋଗିତାରେ ସୁବଳ ପାଢ଼ୀ, ରାକେଶ ପୂଜାରୀ, ଚନ୍ଦନ ଜେନା, କୃଷ୍ଣ ବିଶି ପ୍ରମୁଖ ସହଯୋଗ କରିଥିଲେ ।