ଅହିଂସା ରଥକୁ ବୌଦ୍ଧ ଜିଲ୍ଲାରେ ଭବ୍ୟ ସମ୍ବର୍ଦ୍ଧନା

0 219

ବୌଦ୍ଧ,୨୫ା୮ : ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥକୁ ବୌଦ୍ଧଜିଲ୍ଲାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସୀମାନ୍ତ ରାଣୀପଥର ଠାରୁ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଅହିଂସା ରଥକୁ ସ୍ୱାଗତ କରାଯିବା ସହିତ ଜିଲ୍ଲା ପରିକ୍ରମାରେ ପାଛୋଟି ଅଣାଯାଇଥିଲା । ହରଭଙ୍ଗା ବ୍ଲକର ଚାରିଛକଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବାପରେ ଝାଡ୍ରାଜିଂ ସେବାଶ୍ରମ,ପଞ୍ଚାୟତ ହାଇସ୍କୁଲ ଚାରିଛକ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ ମୁଖ୍ୟଅତିଥି ଭାବରେ ଯୋଗଦେଇଥିବାବେଳେ ନୋଡାଲ ଅଧିକାରୀ ଏପିଡି ପ୍ରତାପ କୁମାର ପ୍ରଧାନ,ବାଣିଭୂଷଣପୁର ସରପଞ୍ଚ ଶ୍ରୀବନ୍ତ ମେହେର, ସିଡିପିଓ ନିରୂପମା ପାଣି, ଡିପିଏମ ବେଣୁଧର ମହାପାତ୍ର, ବ୍ଲକ ସଂପ୍ରସାରଣ ଅଧିକାରୀ ପ୍ରଦିପ କୁମାର ନାଏକ, ସେକ୍ସନ ଅଧିକାରୀ ବିଜୟ କୁମାର ପାଢି, ଆଇସିଡିଏସ ସୁପରଭାଇଜର, ଅଙ୍ଗନୱାଡି କର୍ମୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଯୋଗଦେଇଥିବାବଳେ ବିଡିଓ ସ୍ମିତା ରଥ ଓ ଏବିଡିଓ ସୁବାଶ ଚନ୍ଦ୍ର ଜାନୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାପରେ ଅହିଂସା ରଥ ବୌଦ୍ଧ ଅଭିମୁଖେ ଯାତ୍ରା କରିବା ଅବସରରେ ପୁରୁଣାକଟକ ଖେଳପଡିଆଠାରେ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ,ଭୈରବୀ ଜୁନିୟର ମହାବିଦ୍ୟାଳୟ,ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ରଥକୁ ଭବ୍ୟ ସମ୍ବର୍ଦ୍ଧନା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣିଆ, ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ମଲ୍ଲିକ,ପୁରୁଣାକଟକ ସରପଞ୍ଚ ଅଶୋକ ସେଠୀ ପ୍ରମୁଖ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ପରେ ରଥକୁ ସରସରା ଗ୍ରାମପଞ୍ଚାୟତଠାରେ ସମ୍ବର୍ଦ୍ଧନା ଅବସରରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାବା ବୈଦ୍ୟନାଥ ଉଚ୍ଚ଼ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ଗ୍ରାମ ପରିକ୍ରମା କରାଇଥିଲେ । ବୌଦ୍ଧ ସହରର ବୁଟୁପାଲିଠାରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଓ ନିର୍ବାହୀ ଅଧିକାରୀ ଇଂ.ମନୋରଞ୍ଜନ ପଣ୍ଡା ଓ କାଉନସିଲ ସଦସ୍ୟ ସଦସ୍ୟାମାନେ ସ୍ୱାଗତ କରିବା ସହିତ ପାଛୋଟି ନେଇଥିଲେ । ଏଠାରେ ବୁଟୁପାଲି ଜେବି ହାଇସ୍କୁଲ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଅହିଂସା ରଥକୁ ସ୍ୱାଗତ କରିଥିଲେ । ଏଠାରେ ବାଜି ରାଉତଙ୍କ ଜୀବନୀ ସଂପର୍କରେ ବୃତ୍ତଚିତ୍ର ଛାତ୍ରଛାତ୍ରୀଙ୍କୁ ପ୍ରଦର୍ଶିତ କରାଯାଇଥିଲା । ବୌଦ୍ଧ ଟାଉନହଲ ନିକଟରେ ଅହିଂସା ରଥ ପହଞ୍ଚିବାପରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ୱାଗତ କରାଯାଇଥିଲା । ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା,ଏନଏସି ଅଧ୍ୟକ୍ଷ ଓ ଅନ୍ୟାନ୍ୟ ଅତିଥିମାନଙ୍କ ଦ୍ୱାରା ଟାଉନହଲ ସମ୍ମୁଖରେ ସ୍ଥାପିତ ବୌଦ୍ଧର ଦୁଇ ସ୍ୱାଧୀନତା ସଂଗ୍ରାମୀ ପ୍ରେମଶଙ୍କର ପଟ୍ଟନାୟକ ଓ ପ୍ରହଲ୍ଲାଦ ବିଶିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ବ୍ୟାଣ୍ଡ ଦ୍ୱାରା ରଥକୁ ସ୍ୱାଗତ କରାଯିବା ସହିତ ଟାଉନହଲଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବୌଦ୍ଧର ସ୍ୱାଧୀନତା ସଂଗ୍ରାମୀ ଗୌରମୋହନ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସରକାରୀ ବାଳିକା ଉଚ୍ଚ଼ ବିଦ୍ୟାଳୟ,ସେଣ୍ଟ୍‌ ଜାଭିୟର୍ସ ବିଦ୍ୟାଳୟ ଓ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଟାଉନହଲଠାରୁ ଅହିଂସା ରଥକୁ ଏକ ବିରାଟ ବାଇକ୍‌ ଶୋଭାଯାତ୍ରାରେ ବୌଦ୍ଧ ବ୍ଳକକୁ ନିଆଯାଇଥିଲା ।

hiring

ସେହିପରି ଦ୍ୱିତୀୟ ରଥ ହରଭଙ୍ଗା ବ୍ଲକ ହରେକଷ୍ଣପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ପହଞ୍ଚିବାପରେ ସେଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ରଥକୁ ନୂଆପଡାଠାରେ ସ୍ୱାଗତ କରାଯିବାପରେ ବୀରନରସିଂହପୁର ବିଦ୍ୟାଳୟଠାରେ ପହଞ୍ଚି ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସେହପରି ଏଠାରେ ସାଧୁଚରଣ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ରଥକୁ ଭବ୍ୟ ସ୍ୱାଗତ କରାଯାଇଥଲା । ପ୍ରଧାନଶିକ୍ଷକ ନବ କୁମାର ଦୀପଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ରାଜ୍ୟ ଅହିଂସା ରଥ ସଂଯୋଜକ ତେଜେଶ୍ୱର ଜଗତ ଓ ବ୍ଲକ ସଂଯୋଜକ ବସନ୍ତ କୁମାର ସାହୁ ଯୋଗଦେଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ବାପୁଜୀଙ୍କ ଜୀବନୀ ଉପରେ ଚଳଚ୍ଚି଼ିତ୍ର ପ୍ରଦର୍ଶନ କରାଯାଇଥିଲା । ସେହିପରି ବାମଣ୍ଡା ଉଚ୍ଚ ବିଦ୍ୟାଳୟ ଓ ମଡେଲ ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ରଥକୁ ସ୍ୱାଗତ କରାଯାଇଥିଲା । ଉଭୟ ରଥ ବୌଦ୍ଧ ବ୍ଲକରେ ପହଞ୍ଚିବାପରେ ଆଇଆରବି ୫ମ ବାଟାଲିୟନ ଓ ଆଦର୍ଶ ବିଦ୍ୟାଳୟ ବୌଦ୍ଧର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଗେହ୍ଲାମା କଳାନିକେତନ, ପ୍ରଣାମ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିବା ସହିତ ବିଭିନ୍ନ ମହାପୁରୁଷମାନଙ୍କ ବେଶ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ବୌଦ୍ଧ ବ୍ଳକରେ ସହିଦ ସ୍ତମ୍ବରେ ମାଲ୍ୟାର୍ପଣ କରାଯାଇଥିଲା । ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଉପାଧ୍ୟକ୍ଷ ପାନେଶ୍ୱରୀ ଦେହୁରୀ, ଅତିରକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ଏବିଡିଓ ପ୍ରମୋଦ କୁମାର ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ବିଡିଓ ଅବିନାଶ ପାଣ୍ଡିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

four − three =