ବୌଦ୍ଧ,୧/୯- ଗାଁ ସାଥୀ (ମେଟ୍) ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟି ବୌଦ୍ଧ ଶାଖା ତରଫରୁ ଆଜି ୫ଟି ଦାବି ନେଇ ସ୍ଥାନୀୟ ସର୍କିଟ ହାଉସନିକଟରୁ ଶତାଧିକ ଗାଁ ସାଥୀ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି କରିଥିଲେ । ଦାବିଗୁଡିକ ମଧ୍ୟରେ ରାଜ୍ୟରେ ମନରେଗାରେ କାର୍ଯ୍ୟରତ ସମସ୍ତ ନ୍ୟାୟ, ଗ୍ରାମୀଣ ସ୍ତରରେ ପର୍ଯ୍ୟାପ୍ତ କାର୍ଯ୍ୟସହିତ ସର୍ବନିମ୍ନ ୮ହଜାର ଟଙ୍କାରୁ ଉର୍ଦ୍ଧ୍ୱ ମାସିକ ପ୍ରୋତ୍ସାହନ ରାଶି ପ୍ରଦାନର ବ୍ୟବସ୍ଥା, ମନରେଗାରେ ୧୩ ବର୍ଷଧରି କାର୍ଯ୍ୟରତ ଗାଁ ସାଥୀଙ୍କ ପାଇଁ କ୍ଷତିକାରକ ହୋଇଥିବା ୩ଟି ସରକାରୀ ଚିଠିକୁ ତୁରନ୍ତ ପ୍ରତ୍ୟାହାର, ପଞ୍ଚାୟତିରାଜ ବିଭାଗର ଚିଠି ଅନୁସାରେ ଉଚିତ ପ୍ରାପ୍ୟ ସହିତ ମାସିକ ୧୦ ଦିନର ଗ୍ୟାରେଣ୍ଟେଡ କାର୍ଯ୍ୟ ଉଚିତ ପ୍ରାପ୍ୟ ସହିତ ପ୍ରଦାନର ସଠିକ ପ୍ରଶାସନିକ ବ୍ୟବସ୍ଥା, କୋଭିଡ ମହାମାରୀ ସମୟରେ ରାଜ୍ୟର ସମସ୍ତ ନ୍ୟାୟ ଆଶାୟୀ ଗାଁ ସାଥୀଙ୍କୁ ୨୦ ହଜାରରୁ ଉର୍ଦ୍ଧ୍ୱ କୋଭିଡ ସହାୟତା ରାଶି ପ୍ରଦାନ, ଜବକାର୍ଡଧାରୀ ପରିବାରଙ୍କୁ କୋରନାର ଏହି ବିପଦ ସମୟରେ ବାର୍ଷିକ ୧୦୦ ଦିନ ପରିବର୍ତ୍ତେ ମନରେଗାର ୨୦୦ ଦିନର ନିଶ୍ଚିତ କର୍ମଯୋଗାଣ ଓ ଦୈନିକ ମଜୁରୀ ୨୧୫ ଟଙ୍କା ପରିବର୍ତ୍ତେ ୩୦୦ ଟଙ୍କାରୁ ଉର୍ଦ୍ଧ୍ୱ ପ୍ରଦାନ ଲାଗି ସରକାରୀ ବ୍ୟବସ୍ଥା କରିବା ପ୍ରମୁଖ ରହିଛି ।