ବୌଦ୍ଧ,୨୮/୮ – ଆଜି ମଧ୍ୟାହ୍ନ ପ୍ରାୟ ୧୨ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ ୫୭ର ସିଙ୍ଗାରୀଢାବା ନିକଟରେ ଟ୍ରକ୍ ଧକ୍କାରେ ବାଇକ ଚାଳକ ଓ ତାଙ୍କର ସାନ ପୁଅ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ବଡ଼ ପୁଅ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ୧୨ ଘଣ୍ଟା ସମୟରେ ଦୁଇ ଶିଶୁ ପୁତ୍ର ସହ ବାଇକ ଯୋଗେ ବୌଦ୍ଧବ୍ଲକ ବାଉଁଶୁଣୀଥାନା ଜୁରାମୁଣ୍ଡା ଗ୍ରାମର ସୁଧୀର ଦାସ ନିଜ ଗ୍ରାମକୁ ଯାଉଥିବା ବେଳେ ଜାତୀୟ ରାଜପଥ ନମ୍ବର୍ ୫୭ ର ସିଙ୍ଗାରୀ ଢାବା ନିକଟରେ ବୌଦ୍ଧ ଅଭିମୁଖେ ଆସୁଥିବା ଗୋଟିଏ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀ ଓ ତାଙ୍କ ସାନ ପୁଅଙ୍କ ମ୍ରୁତ୍ୟୁ ହୋଇଥିଲା । ବଡ଼ ପୁଅ ଗୁରୁତର ଆହତ ହୋଇଥିଲେ । ପ୍ରଥମେ ତାଙ୍କୁ ବାଉଁଶୁଣି ଓ ପରେ ସୋନପୁର ଡାକ୍ତରଖାନାକୁ ନିଆଯାଇଛି । ଉତ୍ୟକ୍ତ ଲୋକେ ଜାତୀୟ ରାଜପଥ ନମ୍ବର୍ ୫୭କୁ କିଛି ସମୟ ଅବରୋଧ କରିଥିଲେ । ଘଟଣାସ୍ଥଳରେ ବାଉଁଶୁଣି ପୋଲିସ ପହଞ୍ଚି ରାସ୍ତା ଅବରୋଧ ହଟାଇଥିଲା । ଖବରପାଇ ମୃତକଙ୍କ ପରିବାର ଓ ଜୁରାମୁଣ୍ଡା ଗ୍ରାମବାସୀ ଦୁର୍ଘଟଣା ସ୍ଥଳକୁ ଆସି କ୍ଷତିପୂରଣ ଦାବିରେ ଦିନ ୧୨. ୪୦ ମିନିଟ ସମୟରେ ପୁଣି ଆଉଥରେ ରାସ୍ତାରୋକ ହୋଇଛି । ବାଉଁଶୁଣି ଥାନା ଆଇଆଇସି ରାମ ସୁବ୍ରମଣିଆମ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଫେରାର ମାରୁଥିବାବେଳେ ଗୋଟିଏ କାର୍କୁ ଧକ୍କାଦେଇ ଡ୍ରାଇଭର ସାହାଜପାଲ ନିକଟରେ ଗାଡିକୁ ଛାଡି ଫେରାର ମାରିଥିବା ଜଣାପଡିଛି ।