ପୋଲିସର ମାଡ ଅଭିଯୋଗ, ନାରାୟଣନଗର ଗ୍ରାମରେ ଉତ୍ତେଜନା

0 5,275

ବୌଦ୍ଧ,୧୮/୮ – କରୋନାର ହଟସ୍ପଟ୍‌ ସାଜିଥିବା ବୌଦ୍ଧବ୍ଲକ୍‌ ଲକ୍ଷ୍ମୀପ୍ରସାଦ ଗ୍ରାମପଂଚାୟତର ନାରାୟଣ ନଗର ଗ୍ରାମରେ ଆଜି ସକାଳେ କିଛି ଅମାନିଆଙ୍କୁ ସାବାଡ କରିବା ନାମରେ ନିରୀହ ଲୋକଙ୍କୁ ପୋଲିସ ମାଡ ମାରିବା ଅଭିଯୋଗରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁଯାୟୀ ୧୪୪ ଧାରା ଜାରି ହୋଇଥିବା ସତ୍ତେ୍ୱ ଲୋକେ ବାହାରେ ବୁଲାବୁଲି କରୁଥିବା ଦେଖି ପୋଲିସ୍‌ କିଛି ଲୋକଙ୍କୁ ମାଡ ମାରିବା ଓ ଲୋକଙ୍କ କବାଟ ଗୁଡିକୁ ଦାଣ୍ଡପଟୁ ଖିଡିକି ଲଗାଇଦେବା ଅଭିଯୋଗ ଗ୍ରାମବାସୀ କରିଥିଲେ । ଏ ନେଇ ଶତାଧିକ ଲୋକ ଏକତ୍ର ହୋଇ ଗ୍ରାମ ପଂଚାୟତ କାର୍ଯ୍ୟାଳୟକୁ ଆସି ଘେରାଓ କରିଥିଲେ । ସରପଞ୍ଚ ରାଜେନ୍ଦ୍ର ମେହେର ଲୋକଙ୍କୁ ବୁଝାଶୁଝା କରାଇଥିଲେ ମଧ୍ୟ ଉତ୍ୟକ୍ତ ଲୋକେ ଶୁଣିନଥିଲେ । ସରପଞ୍ଚ ମଧ୍ୟ ଜନ ଅସନ୍ତୋଷର ଶିକାର ହୋଇଥିଲେ । ଗ୍ରାମର ସମସ୍ତ ପ୍ରବେଶ ଦ୍ୱାରରେ ବନ୍ଧା ଯାଇଥିବା ବାଉଁଶ ବାଡ ହଟାଇବା ପାଇଁ ଜିଦ୍‌ ଧରିବା ସହ ପୋଲିସ୍‌ ନିରୀହ ଲୋକଙ୍କୁ ମାଡ ମାରିବା ଘଟଣାର ପ୍ରତିବାଦ କରିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ କରୋନା ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କୁ କୋଭିଡ ହସପିଟାଲ ସ୍ଥାନାନ୍ତର କରାଯାଉ ନଥିବାରୁ ତିନି ଦିନ ତଳେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗତକାଲି ସୁଦ୍ଧା ଗ୍ରାମରେ ୨୧୬ ଜଣ ବ୍ୟକ୍ତି ନାରାୟଣ ନଗର ଗ୍ରାମରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

four × two =