କିରାଶିରା ଶୈବପୀଠରେ ବୌଦ୍ଧଜିଲ୍ଲା ଦଣ୍ଡମହାସଙ୍ଘର ବୈଠକ

0 263

ଜହ୍ନାପଙ୍କ,୨୦/୩- ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଦଣ୍ଡଯାତ୍ରାକୁ ଗାଁକୁ ଗାଁ ଭ୍ରମଣ ପାଇଁ ବାରଣ କରିଥିବା ବେଳେ ଜିଲ୍ଲାର ବିଭିନ୍ନ ଶୈବ ପୀଠଗୁଡିକରୁ ଉଠିବାକୁ ଥିବା ଦଣ୍ଡମାଲିକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଫଳରେ ସେ ଉଦ୍ଦେଶ୍ୟରେ ଶନିବାର ବୌଦ୍ଧବ୍ଳକ ମୁଣ୍ଡାପଡା ପଞ୍ଚାୟତ କିରାଶିରା ଶୈବପୀଠରେ କାର୍ଡର ସଂପାଦକ ଧର୍ମୁଧର ପୋଢଙ୍କ ଆବାହକତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନିର୍ଗୁଣ ମହାକୁଳ କେଲାକଟା, ଗିରିସ ମଲ୍ଲିକ ମଲିିକପଡା ଓ ବୌଦ୍ଧର ସତ୍ୟ ନାରାୟଣ ପାଣି ଦଣ୍ଡଯାତ୍ରା ହେଉଛି ବୌଦ୍ଧର ପୃଷ୍ଠଭୂମି ତେଣୁ କରୋନା ଗାଇଡ ଲାଇନ ମଧ୍ୟରେ ଦଣ୍ଡଯାତ୍ରା କରିବାକୁ ମତବ୍ୟକ୍ତ କରିଥିଲେ । ବୈଠକରେ ଏକ ସବକମିଟି ଗଠନ କରିବାକୁ ପ୍ରସ୍ତାବ ଆଗତ କରାଗଲା । ହରଭଙ୍ଗା ବ୍ଳକ କମିଟିର ସଭ୍ୟଭାବେ ପୋଲସ୍ତି ଭୋକ୍ତା, ମାନଭଞ୍ଜନ ପାତ୍ର, ଜୟଦେବ କଲତା, ଉପେନ୍ଦ୍ର ଥାର୍ଟି ବୌଦ୍ଧ ବ୍ଳକ କମିଟିର ସଭ୍ୟଭାବେ ବିରୂପ ।କ୍ଷ ବିଶି, କୃପାସିନ୍ଧୁ ସେଠୀ, କୈଳାସ ପ୍ରଧାନ, ଝରୀଆ ପ୍ରଧାନ, ମହେନ୍ଦ୍ର ବାଘ, ସିଦେ୍ଧଶ୍ୱର ଦେହୁରୀ, ଶାନ୍ତନୁ ମଲ୍ଲିକ ଏବଂ କଣ୍ଟାମାଳ ବ୍ଳକ ପାଇଁ ନୟନ ବାଘ, ଅନୀଲ ମେହେରଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଗଲା । ବୈଠକରେ ବୌଦ୍ଧ, କଣ୍ଟାମାଳ ଓ ହରଭଙ୍ଗା ବ୍ଳକର ୩୦ରୁ ଉର୍ଦ୍ଧ୍ୱ ଦଣ୍ଡଯାତ୍ରା ମାଲିକମାନେ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହା ପରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେବାପାଇଁ ପ୍ରସ୍ତାବ ଆଗତ କରିଥିଲେ । ଶେଷରେ କିରାଟୀ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

thirteen + 5 =