୩ ପଜିଟିଭ ଚିହ୍ନଟ ପରେ ଖୁଣ୍ଟବନ୍ଧ ହେଲା କଣ୍ଟେନମେଣ୍ଟ ଜୋନ

0 1,817

ବୌଦ୍ଧ,୮/୮ – ଆଜି ବୌଦ୍ଧବ୍ଲକ୍‌ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତର ଖୁଣ୍ଟବନ୍ଧ ଗ୍ରାମରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହେବ ପରେ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି ଖୁଣ୍ଟବନ୍ଧ ସରପଞ୍ଚ ଚନ୍ଦ୍ରକାନ୍ତୀ ପ୍ରଧାନ । ଆଜି ସକାଳ ୬ ଘଣ୍ଟା ଠାରୁ ତା ୧୦. ୮. ୨୦୨୦ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଖୁଣ୍ଟବନ୍ଧ ଗ୍ରାମବାସୀ ଘରୁ ବାହାରକୁ ନ ବାହାରିବା ପାଇଁ ଓ ଅଧିକ ଲୋକ ଗୋଟିଏ ସ୍ଥାନରେ ଠୁଳ ନ ହେବା ପାଇଁ ସରପଞ୍ଚ ଅନୁରୋଧ କରିଛନ୍ତି । କଣ୍ଟେନମେଣ୍ଟ ଜୋନ ଭାବରେ ଖୁଣ୍ଟବନ୍ଧ ଗ୍ରାମ, ସମସ୍ତ ସାହି ଓ ଖୁଣ୍ଟବନ୍ଧ ଛକ ସମେତ ତତସଂଲଗ୍ନ ୫୦୦ ମିଟର୍‌ ପରିଧି ମଧ୍ୟରେ ଥିବା ଅଂଚଳକୁ ଅନ୍ତର୍ଭୁକ୍ତ କରାଯାଇଛି । ଏ ସମସ୍ତ ଅଂଚଳର ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ଓ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବ । ଖୁଣ୍ଟବନ୍ଧ ଗ୍ରାମରେ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଥିବା ତିନି ଜଣ ବ୍ୟକ୍ତି ମଧ୍ୟରୁ ଦୁଇ ଜଣ ଗଞ୍ଜାମ ଜିଲ୍ଲାର ଓ ଜଣେ ବ୍ୟକ୍ତି ତାଙ୍କୁ ଚାଷ କାମରେ ସହଯୋଗ କରିବାକୁ ଆଣି ଘରେ ରଖିଥିଲେ । ଅନ୍ୟ ଜଣକ ଖୁଣ୍ଟ ବନ୍ଧ ଗ୍ରାମର ଓ ଗଞ୍ଜାମରୁ ଆସି ରହିଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଉଛି ।

hiranchal ad1
Leave A Reply

Your email address will not be published.

fifteen − 1 =