କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ବୌଦ୍ଧଜିଲ୍ଲାରେ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର

0 370

ବୌଦ୍ଧ,୧୨/୨- କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଆଜି ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଓ କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ସହ ବୌଦ୍ଧ ଓ କଣ୍ଟାମାଳ ଓ ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରିଛନ୍ତି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଜୋନ ନଂ ୩ର ଗୋହିପିଟା ଠାରେ ଏକ ନିର୍ବାଚନୀ ସଭାରେ ଯୋଗଦେଇ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀ ଶଙ୍କର୍ଷଣ ପ୍ରଧାନଙ୍କୁ ଶଙ୍ଖ ଚିହ୍ନରେ ବିପୁଳମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଉପସ୍ଥିତ ଭୋଟରଙ୍କୁ ନିବେଦନ କରିଥିଲେ । ଏହାପରେ ମନମୁଣ୍ଡା ଠାରେ ମଧ୍ୟ ତାଙ୍କପାଇଁ ପ୍ରଚାର କରିଥିଲେ । ସେହିପରି ସାଂସଦ ଡ. ସାମନ୍ତ କଣ୍ଟାମାଳ ବିଧାୟକ ଶ୍ରୀ ରଣାଙ୍କ ସହ ଜୋନ ନଂ ୧ ଘଣ୍ଟାପଡା ଅଂଚଳରେ ,୨ନଂ ଜୋନ କଣ୍ଟାମାଳ ଅଂଚଳରେ ,୪ନଂ ଜୋନ ବାଉଁଶୁଣି ଅଂଚଳରେ ଏବଂ ୫ନଂ ଜୋନ୍‌ର ବିଭିନ୍ନ ଅଂଚଳରେ ଜିଲ୍ଲାପରିଷଦ ପ୍ରାର୍ଥୀମାନଙ୍କ ପାଇଁ ଆଜି ମାରାଥନପ୍ରଚାର କରି ଭୋଟରଙ୍କୁ ସାକ୍ଷାତ କରି ବିଜେଡିକୁ ବିପୁଳ ସଂଖ୍ୟାରେ ଭୋଟଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ ।

hiring

ସେହିପରି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ୩ ଟି ଜୋନରେ ଆଜି କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଓ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ମିଳିତଭାବେ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବାସହ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ । । ହରଭଙ୍ଗା ବ୍ଲକ ୭ ନମ୍ବର ଜୋନର ରାଧାନଗର ଠାରେ ଏକ କର୍ମୀସମ୍ମିଳନୀରେ ଜିଲ୍ଲାପରିଷଦ ପ୍ରାର୍ଥୀ ବିଶ୍ୱଜିତ ମିଶ୍ର, ୮ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥିନୀ ତାରାମଣି ପ୍ରଧାନଙ୍କ ପାଇଁ ଲୁଣିବାହାଲ ଠାରେ , ୯ନମ୍ବର ଜୋନର ପ୍ରାର୍ଥିନୀ ପ୍ରଭାସିନୀ ଦାସଙ୍କ ପାଇଁ ଆଡେଣିିଗଡ଼ ଠାରେ ମାରାଥନ ପ୍ରଚାର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ପ୍ରଚାର କାର୍ଯ୍ୟକ୍ରମରେ ବୌଦ୍ଧଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବୋଧ ପ୍ରଧାନଙ୍କ ସମେତ ଅନେକ ବିଜେଡି ନେତା ଓ କର୍ମୀମାନେ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

ten − 4 =