ଧାନ କିଣାନଯିବା ପ୍ରତିବାଦରେ ୪୧ ନମ୍ବର ରାଜ୍ୟ ରାଜପଥ ଅବରୋଧ

0 1,308

ବୌଦ୍ଧ/ବାଉଁଶୁଣୀ,୧୩/୩ – ବୌଦ୍ଧ ଜିଲ୍ଲାରେ ପ୍ରଶାସନ ଖରିଫ ଧାନ କ୍ରୟ କରିବାରେ ବିଫଳ ହୋଇଥିବାରୁ ପ୍ରତିଦିନ ଚାଷୀମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳୁଛି । ଆଜି ସକାଳେ କଣ୍ଟାମାଳ ସେବା ସମବାୟ ସମିତିର ଚାଷୀମାନେ ସମିତି କାର୍ଯ୍ୟାଳୟ ନିକଟରେ କଣ୍ଟାମାଳ ଠାରେ ମନମୁଣ୍ଡା – ଘଣ୍ଟାପଡା ୪୧ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ ।

hiring

ସେହିପରି ଶିମିଳି ପଦର ସେବା ସମବାୟ ସମିତିର ଚାଷୀମାନେ ଖଟଖଟିଆ ନିକଟରେ ରାଜ୍ୟ ରାଜପଥକୁ ଅବରୋଧ କରିଥିବା ଜଣାପଡିଛି । ଧାନ ବିକ୍ରୟ ପାଇଁ ରାଜ୍ୟସ୍ତରରୁ ଚାଷୀଙ୍କ ନିକଟକୁ ଟୋକନ ଆସିଥିଲେ ମଧ୍ୟ ଟାର୍ଗେଟ ନଥିବା କହି ଚାଷୀଙ୍କ ଧାନ ଉଠାଯାଉନାହିଁ । ହଜାର ହଜାର ଚାଷୀ ଧାନ ବିକ୍ରୟ କରିନପାରି ମଣ୍ଡିରେ ପଡିରହିଥିବା ଦେଖିବାକୁ ମିଳୁଛି । ସେହିପରି ବର୍ଷଯାକର ଆୟ ଧାନକୁ ଘରେ ରଖି ଆର୍ଥିକ ଦୁର୍ଦ୍ଦଶା ଭୋଗ କରୁଥିବା ଜଣାପଡିଛି । ପ୍ରଶାସନ ସେଥିପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଉତ୍ୟକ୍ତ ଚାଷୀ ରାଜପଥ ଅବରୋଧ କରୁଛନ୍ତି । ଏହା ବୌଦ୍ଧ ଜିଲ୍ଲାରେ ଦୈନନ୍ଦିନ ବ୍ୟାପାରରେ ପରିଣତ ହୋଇଛି ।

hiranchal ad1
Leave A Reply

Your email address will not be published.

5 × five =