ଶ୍ରାବଣ ଶେଷ ସୋମବାର ଶୈବପୀଠ ଖାଁ ଖାଁ

0 109

ବୌଦ୍ଧ/ଜହ୍ନାପଙ୍କ,୧୬/୮-ଆଜିଥିଲା ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ସାଧାରଣତଃ ଶ୍ରାବଣ ମାସରେ ଅଂଚଳର ପ୍ରମୁଖ ଶୈବପୀଠ ଐତିହାସିକ ଗନ୍ଧରାଡ଼ିର ସିଦେ୍ଧଶ୍ୱର, ପଶ୍ଚିମ ସୋମନାଥ, ଚଣ୍ଡିତଳର ଗୁପ୍ତେଶ୍ୱର, ଚଣ୍ଡିଗଡ଼ର ସ୍ୱପ୍ନେଶ୍ୱର,ଦାମୋଦରପୁର,କୃଷ୍ଣପାଲି,ଖାଲିଆପାଲି ଆଦି ଶୈବ ପୀଠ ଗୁଡିକରେ ସୋମବାରରେ କାଉଡ଼ିଆଙ୍କର ପ୍ରବଳ ଗହଳି ହୋଇଥାଏ । କିନ୍ତୁ କରୋନା କଟକଣା ଯୋଗୁଁ ଏବର୍ଷ ମଧ୍ୟ ଶୈବ ପୀଠଗୁଡିକ ଭକ୍ତ ବିନା ଖାଁ ଖାଁ ଲାଗୁଥିଲା । ବିଶେଷକରି ଗନ୍ଧର ।ଡ଼ି ପୀଠରେ ଜଳଲାଗି କାଉଡ଼ିଆଙ୍କର ଭୋର ୪ ଟାରୁ ଲମ୍ବା ଧାଡ଼ି କରିବାକୁ ପଡୁଥିଲା । ଏବର୍ଷ ଏହି ଶୈବ ପୀଠ ଖାଁ ଖାଁ ଯୋଗୁଁ ମନ୍ଦିର ପୂଜକ ମନରେ ହରଷ ନଥିଲା । ଦୀର୍ଘ ବର୍ଷେ ହେଲା ମନ୍ଦିର ପ୍ରବେଶ ପାଇଁ ଜିଲ୍ଲା ପ୍ରଶାସନ କଟକଣା ଲାଗୁ କରିଥିବାରୁ ଭକ୍ତମାନେ ମଧ୍ୟ ଦର୍ଶନ କରିବାପାଇଁ ଆସୁନଥିବାରୁ ପୂଜକମାନଙ୍କ ବ୍ୟବସାୟ ମାନ୍ଦା ପଡିଯିବା ଶହ ପରିବାର ଚଳାଇବା କଷ୍ଟ ହୋଇପଡିଛି । ତେବେ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ବର୍ଗର ଲୋକଙ୍କୁ କରୋନା ସହାୟତା ଯୋଗାଇଦେଉଥିବା ବେଳେ ମନ୍ଦିର ପୂଜକ ମାନଙ୍କୁ ଏପର୍ଯ୍ୟନ୍ତ କୌଣସିି ସହାୟତା ଦେଇନାହାନ୍ତି । ତେଣୁ ମନ୍ଦିର ପୂଜକମାନଙ୍କ କଥାକୁ ବିଚାର କରି ସରକାର ତୁରନ୍ତ ପଦକ୍ଷେପ ନେବାକୁ ପୂଜକ ମନୋଜ ଗୁରୁ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

nineteen + 5 =