କରୋନା ସଚେତନତା କାର୍ଯ୍ୟକ୍ରମ

0 139

ବୌଦ୍ଧ/ଜହ୍ନାପଙ୍କ,୧୯/୮- ବୌଦ୍ଧବ୍ଲକ ତେଲିବନ୍ଧର ସ୍ୱେଚ୍ଚାସେବୀ ଅନୁଷ୍ଠାନ ପଲ୍ଲୀ ସେବା ସଂସଦ ଓ ବୌଦ୍ଧ ଜିଲ୍ଲା ଜଙ୍ଗଲ ମଞ୍ଚର ମିଳିତ ଆନୁକୂଲ୍ୟରେ ମୁଣ୍ଡାପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଶା କର୍ମୀମାନଙ୍କ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସରପଞ୍ଚ ବିଦ୍ୟାଧର ସ୍ୱାଇଁ ମୁଖ୍ୟ ଅତିଥି ଭାବେ, ସମ୍ମାନିତ ଅତିଥି ଭାବେ ପଦ୍ମନପୁର ପଞ୍ଚାୟତ ସମିତି ସଭ୍ୟ ସୁଶୀଳ କୁମାର ଦୀପ ଯୋଗଦେଇଥିଲେ । ତାଲିମ ଦାତା ଭାବେ ଜହ୍ନାପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡ଼ା. ରମାକାନ୍ତ ନନ୍ଦ ତାଲିମ ପ୍ରଦାନ କରିଥିଲେ । ଡା. ନନ୍ଦ ଶିଶୁମାନଙ୍କ ଦେହରେ କରୋନା ସଂକ୍ରମଣବେଳେ ଦେଖାଯାଉଥିବା ଲକ୍ଷଣ, ଖାଦ୍ୟ, ଔଷଧ ସେବନ, ପରିଷ୍କାର ପରିଛନ୍ନତା ଉପରେ ଗୁରୁତ୍ୱ ଦେବାକୁ କହିଥିଲେ । ଏଥିସହିତ କରୋନା ପରୀକ୍ଷା ନିମନ୍ତେ ଥର୍ମୋମିଟର ଓ ଅକ୍ସିମିଟର ବ୍ୟବହାର ଉପରେ ବୁଝାଇଥିଲେ । ସରପଞ୍ଚ ଶ୍ରୀ ସ୍ୱାଇଁ କରୋନା ସମୟରେ ଆଶାକର୍ମୀଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହିତ ନିଃସ୍ୱାର୍ଥପର ଭାବେ କାମ କରିବାକୁ ପ୍ରେରଣା ଦେଇଥିଲେ । ଏହାପରେ ଉପସ୍ଥିତ ସମସ୍ତ ଆଶା କର୍ମୀଙ୍କୁ ମାଗଣାରେ ଅକ୍ସିମିଟର, ଥର୍ମୋମିଟର, ସାନିଟାଇଜର,ମାସ୍କ, ଫେସ ସିଲ ଓ ଗ୍ଲୋବସ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମକୁ ପଲ୍ଲୀ ସେବା ସଂସଦର ସମ୍ପାଦକ ନିର୍ମଳ କୁମାର ସାହୁ ପରିଚାଳନା ହୋଇଥିବା ବେଳେ ଗୋବର୍ଦ୍ଧନ ସାହୁ,ନରେନ୍ଦ୍ର ମେହେର ଓ ପଂଚାୟତ କର୍ମଚାରୀମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଣ୍ଡାପଡା, ପଦ୍ମନପୁର ଓ ତେଲିବନ୍ଧ ଗ୍ରାମ ପଞ୍ଚାୟତର ଆଶାକର୍ମୀ ମାନେ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

5 + seven =