ବୌଦ୍ଧରେ ପ୍ରଥମଥର ପାଇଁ ଗିଟାର୍‌ କ୍ଲାସ୍‌ ଆରମ୍ଭ

0 215

ବୌଦ୍ଧ,୨୨/୧୦- ସ୍ଥାନୀୟ ପୋଡ଼ାପୋଡ଼ା ବୌଦ୍ଧ ଠାରେ ପ୍ରଣାମ ନୃତ୍ୟାନୁଷ୍ଠାନ ଏବଂ ଏବିସିଡି ପାଥ୍‌ଫାଇଣ୍ଡରର ମିଳିତ ଆନୁକୁଲ୍ୟରେ ପ୍ରଥମ ଥର ପାଇଁ ଗିଟାର୍‌ କ୍ଲାସ୍‌ ଆରମ୍ଭ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ବୈଠକରେ ପ୍ରଣାମ ନୃତ୍ୟାନୁଷ୍ଠାନର ସଭାପତି ବସନ୍ତ କୁମାର ସାହୁ, ଉପଦେଷ୍ଟା ଡ଼ଃ ପ୍ରିୟବ୍ରତ ବେହେରା, ସମ୍ପାଦକ ପ୍ରଶାନ୍ତ କୁମାର ଭାଇନା ଏବଂ ଏବିସିଡି ପାଥ୍‌ଫାଇଣ୍ଡର ମୁଖ୍ୟ ପରିଚାଳକ ଆମନ କୁମାର ସାହୁଙ୍କ ଉପସ୍ଥିତିରେ ଗିଟାର୍‌ ଶିକ୍ଷକ ସଞ୍ଜୀବ କୁମାର ମହାଲିକଙ୍କୁ ସ୍ୱାଗତ କରାଯାଇଥିଲା । ସଭାପତି ଶ୍ରୀ ସାହୁ ଏହି ଗିଟାର୍‌ କ୍ଲାସ୍‌ରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବୌଦ୍ଧରେ ପ୍ରଥମଥର ପାଇଁ ଏହି ଶିକ୍ଷା ଆରମ୍ଭ ହେଉଥିବାରୁ ଏହି ସୁଯୋଗକୁ ହାତଛଡା ନକରି ଏହାର ଫାଇଦା ନେବାକୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଥିଲେ । ସମ୍ପାଦକ ପ୍ରଶାନ୍ତ ଭାଇନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପଦେଷ୍ଟା ଡ଼ଃ ବେହେରା ନିୟମିତ ଗିଟାର୍‌ କ୍ଲାସରେ ଯୋଗ ଦେଲେ ଏହାର ପ୍ରକୃତ ସୁଫଳ ମିଳିପାରିବ ବୋଲି ଛାତ୍ରଛାତ୍ରୀଙ୍କୁ ବୁଝାଇ ଥିଲେ । ଗତକାଲି ଆରମ୍ଭ ହୋଇଥିବା ଏହି ଗିଟାର କ୍ଲାସରେ ପ୍ରାୟ ୧୫ଜଣ ପ୍ରତିଭାଗୀ ନିଜ ନିଜର ଗିଟାର୍‌ ସହ ଅଂଶ ଗ୍ରହଣ କରିଥିଲେ । ଗିଟାର୍‌ ଶିକ୍ଷକ ଗିଟାର୍‌ ଉପରେ ସାମ୍ୟକ ଧାରଣ ଦେବା ସହ ବିଭିନ୍ନ ଧୂନ୍‌ ବଜେଇ ପ୍ରତିଭାଗୀଙ୍କୁ ଶିକ୍ଷା ପ୍ରଦାନ କରିଥିଲେ । ଆମନ୍‌ କୁମାର ସାହୁ ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

eighteen − 16 =