ବୌଦ୍ଧ/ହରଭଙ୍ଗା,୨୬/୮- ବୌଦ୍ଧଜିଲ୍ଲା ପୁରୁଣା କଟକ ମଣ୍ଡଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ବାମନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି ଯୋଗଦେଇ ଦଳର ନୀତି ଆଦର୍ଶ ଓ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଆଜିର କାର୍ଯ୍ୟକାରିଣୀ ବୈଠକରେ ସାତ ଗୋଟି ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା । ବିଶେଷକରି ପୁରୁଣାକଟକ ୦୮ ମଣ୍ଡଳର ସମସ୍ତ ପଞ୍ଚାୟତ ରାସ୍ତା ଘାଟ ମରାମତିରେ ବ୍ୟାପକ ଦୁର୍ନୀତି ଓ ପ୍ରିୟାପ୍ରୀତି, ଜଳ ସେଚନ ସମସ୍ୟା , ଚାଷ ଜମିରେ ମରୁଡି , ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି, ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ , ଭତ୍ତା ପ୍ରଦାନ ରେ ଦୁର୍ନୀତି , ଧାନର ଅଭାବୀ ବିକ୍ରି । ମଣ୍ଡଳ କାର୍ଯ୍ୟକାରିଣୀ ୬୧ ଜାଣିଆ ସଦସ୍ୟ ଯୋଗ ଦେଇ ଆଗାମୀ ଦିନରେ ଲୋକଙ୍କ ପାଖରେ ପହଞ୍ଚି ତାଙ୍କର ସବୁ ସମସ୍ୟା କିପରି ଦୂର ହୋଇପାରିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିଜ ନିଜ ୱାର୍ଡ଼ରେ ଘରକୁ ଘର ବୁଲି ସମାଧାନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ମଣ୍ଡଳ ପ୍ରଭାରୀ ମାଗୁଣି ଗାଈଗୌରୀଆ , ବରିଷ୍ଠନେତା ସୁଶାନ୍ତ ପ୍ରଧାନ, ଅକ୍ଷୟ କୁମାର ସାହୁ ,ପଛୁଆ ବର୍ଗ ଜିଲ୍ଲା ମୋର୍ଚ୍ଚା ସଭାପତି ପୂର୍ଣ୍ଣଚନ୍ଦ୍ର ଗାଈଗୌରୀଆ, ପ୍ରେମାନନ୍ଦ ମିଶ୍ର ସୁଶିଲ ଦେହୁରୀ, ସୁବାସ ପ୍ରଧାନ, ରବି ପ୍ରଧାନ, ପ୍ରବୀର ମାହାର, ବୃନ୍ଦାବନ ଦନ୍ତା, ଅଶୋକ ସେଠୀ, ଗରୁଡ ପ୍ରଧାନ, ଶ୍ରୀମତି ଶାନ୍ତିଲତା ଦନ୍ତା, ମାଧବ କହଁର ପ୍ରମୁଖ ବହୁଦଳୀୟ ନେତୃବୃନ୍ଦ ଯୋଗଦାନ କରି ଦଳୀୟ କାର୍ଯ୍ୟକ୍ରମ ଉପରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post