ବୌଦ୍ଧ: ମହାଶିବରାତ୍ରୀ ଉପଲକ୍ଷେ ବିଭିନ୍ନ ଶୈବାଳୟରେ ଭକ୍ତଙ୍କ ସମାଗମ

0 123

ବୌଦ୍ଧ,୧/୩- ଆଜି ପବିତ୍ର ମହାଶିବରାତ୍ରୀ ଅବସରରେ ବୌଦ୍ଧର ସମସ୍ତ ଶୈବପୀଠ ଗୁଡିକରେ ପ୍ରାତଃରୁ ପ୍ରଭୁ ମହାଦେବଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗିରହିଛି । ଶିବ ପଞ୍ଚାକ୍ଷର ମନ୍ତ୍ର ଧ୍ୱନିରେ ମନ୍ଦିର ପରିବେଶ ଅତ୍ୟନ୍ତ ମନୋମୁଗ୍ଧକର ହୋଇଛି । ମନ୍ଦିରଗୁଡିକୁ ପୁଷ୍ପମାଳା ଓ ଆଲୋକମାଳାରେ ସଜ୍ଜିତ କରାଯାଇଥିବାରୁ ମନ୍ଦିରସବୁ ସୁନ୍ଦର ଦେଖାଯାଉଛି । ଭକ୍ତମାନେ ଗତ ୨ବର୍ଷ ହେଲା କୋଭିଡ କଟକଣା ଯୋଗୁଁ ପ୍ରଭୁଙ୍କ ଦର୍ଶନ କରିପାରିନଥିବା ବେଳେ ଚଳିତଥର କଟକଣାରେ କିଛି ମାତ୍ରାରେ କୋହଳ ହୋଇଥିବାରୁ ପ୍ରଭୁଙ୍କ ଦର୍ଶନ କରିପାରିଛନ୍ତି । ଫଳରେ ଭକ୍ତଙ୍କ ମନରେ ଉତ୍ସାହ ଦେଖାଦେଇଛି । ବୌଦ୍ଧସହରର ରାମେଶ୍ୱର ମନ୍ଦିର, ବାବା ଚନ୍ଦ୍ରଚୁଡ ଓ ବାବା ମାତଙ୍ଗେଶ୍ୱର ମନ୍ଦିରରେ ବହୁସଂଖ୍ୟାରେ ଭକ୍ତ ଧାଡିରେ ରହି ଭଗବାନ ଶିବଙ୍କ ଦର୍ଶନ କରିଛନ୍ତି । ସନ୍ଧ୍ୟାରେ ବିଭିନ୍ନ ମନ୍ଦିରରେ ନାମସଂକୀର୍ତ୍ତନ୍ୟ, ଭଜନ ସମାରୋହ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଭକ୍ତ ଓ ଶ୍ରଦ୍ଧାଳୁମାନେ ଆଜି ନିର୍ଜଳା ଉପବାସ କରୁଥିବାବେଳେ ମନ୍ଦିର କମିଟି ତରଫରୁ ରାତ୍ରିରେ ଉଜାଗର ରହି ଦୀପ ଜାଳିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଆଜି ବିଳମ୍ବିତ ରାତ୍ରୀରେ ମହାଦୀପ ଉଠିବାପରେ ଭକ୍ତମାନେ ପ୍ରସାଦସେବନକରି ନିଜନିଜର ବ୍ରତ ଭଙ୍ଗ କରିବେ ।

hiranchal ad1
Leave A Reply

Your email address will not be published.

12 − four =