ଟାର୍ଗେଟନାହିଁ, ବଘିଆପଡା ମଣ୍ଡିରେ ପଡିରହିଛି ହଜାର ହଜାର ବସ୍ତା ଧାନ

0 453

ବୌଦ୍ଧ,୮/୬ – ବୌଦ୍ଧବ୍ଲକ୍‌ ବଘିଆପଡା ରବି ଧାନ ମଣ୍ଡିରେ ଖୋଲା ଆକାଶ ତଳେ ହଜାର ହଜାର ବସ୍ତା ଧାନ ଧରି ବିକ୍ରିପାଇଁ ଜଗି ରହିଛନ୍ତି ଚାଷୀ । ସମିତିର ଟାର୍ଗେଟ ସରିଯାଇଥିବା ହେତୁ ଉଠି ପାରୁନାହିଁ ଧାନ । ପ୍ରବଳ ଖରା ଓ ଗୁଳୁଗୁଳି ଓ ଦିନେ ଦୁଇ ଦିନରେ ହେଉଥିବା ଅସରାଏ ଲେଖାଏଁ ପ୍ରାକ୍‌ ମୌସୁମୀ ବର୍ଷା ଚାଷୀଙ୍କ ଚିନ୍ତା ବଢାଇଛି । ଟାର୍ଗେଟ କେମିତି ମିଳିବ ଓ ଚାଷୀ ମାନଙ୍କ ଧାନ ଉଠିବ ସେଥିପାଇଁ ସମିତି କର୍ମଚାରୀ ଯୋଗାଣ କାର୍ଯ୍ୟାଳୟରୁ ସମବାୟ କାର୍ଯ୍ୟାଳୟକୁ ଧାଇଁ ଧାଇଁ ନୟାନ୍ତ ହେଲେ ଚାଷୀର ଆକୁଳ ନିବେଦନ ପହଞ୍ଚି ପାରୁନାହିଁ ବାବୁ ମାନଙ୍କ କାନରେ । ଆଜି ଧାନ ନ ଉଠିଲେ ପ୍ରାୟ ୩୦ ଜଣ ଚାଷୀଙ୍କ ୧୫ ଶହ କ୍ୱିଣ୍ଟାଲରୁ ଅଧିକ ଧାନର ଆସିଥିବା ଟୋକନ ନାକଚ ହୋଇଯିବ । ମିଳିଥିବା ସୂଚନା ଅନୁଯାୟୀ ଗତ ମେ ମାସ ଚତୁର୍ଥ ସପ୍ତାହରେ ବଘିଆପଡା ମଣ୍ଡି ଆରମ୍ଭ ହୋଇଥିଲା । ଜିଲ୍ଲା ଯୋଗାଣ ଅଧିକାରୀ ବଘିଆପଡା ସମିତିକୁ ୨୫୦୦ କ୍ୱିଣ୍ଟାଲ୍‌ ଧାନ କ୍ରୟ ପାଇଁ ପ୍ରଥମ ପର୍ଯ୍ୟାୟରେ ଟାର୍ଗେଟ ଦେଇଥିଲେ । ସେରାବାଲୀ ଓ ଗୋପୀନାଥ ରାଇସ ମିଲକୁ ଧାନ ଉଠାଇବା ପାଇଁ ଆଦେଶ ହୋଇଥିଲା । ଗୋପୀନାଥ ରାଇସ ମିଲ ବଘିଆପଡା ଟାର୍ଗେଟରୁ ୫୦୦ କ୍ୱିଣ୍ଟାଲ୍‌ ଅନ୍ୟତ୍ର ନେଇଯିବା ପରେ ବଘିଆପଡା ମଣ୍ଡିର ଟାର୍ଗେଟ ୨ ହଜାର କ୍ୱିଣ୍ଟାଲ୍‌ କୁ ଖସି ଆସିଥିଲା । ତଥ୍ୟ ଅନୁଯାୟୀ ଗତ ସପ୍ତାହ ମଧ୍ୟରେ ସେରାବାଲୀ ରାଇସ ମିଲ ୧୯୮୨ କ୍ୱିଣ୍ଟାଲ୍‌ ଧାନ ଉଠାଇ ସାରିଛି । ମାତ୍ର ପ୍ରାୟ ୧୮ କ୍ୱିଣ୍ଟାଲ୍‌ ଧାନ କ୍ରୟ ପାଇଁ ସମିତିର ଟାର୍ଗେଟ ବଳିଛି କ୍ଷ ଜିଲ୍ଲା ଯୋଗାଣ ଅଧିକାରୀ ବଘିଆ ପଡା ସମିତିର ୫୦୦ କ୍ୱିଣ୍ଟାଲ୍‌ ଧାନ କ୍ରୟ ଟାର୍ଗେଟ କେଉଁ ଉଦ୍ଦେଶ୍ୟରେ ଓ କାହା ପାଇଁ କାଟିଲେ ଓ ଆଜିପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଟାର୍ଗେଟ କାହିଁକି ଦେଇ ନାହାନ୍ତି ସେହି ପ୍ରଶ୍ନ ଚାଷୀ ମାନଙ୍କ ମନରେ ଉଙ୍କି ମାରୁଛି । ଆଜି ରାତି ୧୨ ଘଣ୍ଟା ସୁଦ୍ଧା ଟାର୍ଗେଟ ଆସି ୩୦/୩୫ ଜଣ ଚାଷୀଙ୍କ ଧାନ ନ ଉଠିଲେ ଟୋକନ ଗୁଡିକର ଅବଧି ସରିଯିବ ଓ ଚାଷୀ ମଣ୍ଡିକୁ ଆଣିଥିବା ଧାନ ଘରକୁ ବୋହି ନେଇ ଅଭାବୀ ବିକ୍ରୀର ସମ୍ମୁଖିନ ହେବାକୁ ବାଧ୍ୟ ହେବେ । ଚଳିତବର୍ଷ ଖରିଫ ଋତୁରେ ମଧ୍ୟ ଟୋକନ ଆସି ମଧ୍ୟ ଜିଲ୍ଲାର ହଜାର ହଜାର ଚାଷୀ ଧାନ ବିକି ନପାରି ଅନେକ କ୍ଷତି ସହିଥିଲେ । ଜିଲ୍ଲା ଯୋଗାଣ ବିଭାଗର ପରିଚାଳନା ଗତ ତ୍ରୁଟି ପାଇଁ ଜିଲ୍ଲାରେ ଚାଷୀ ଅସନ୍ତୋଷ ବ୍ରୁଦ୍ଧି ପାଇବାରେ ଲାଗିଛି ।

hiranchal ad1
Leave A Reply

Your email address will not be published.

11 − seven =