ଡବ୍ଲୁଟିସି ଫାଇନାଲ ପାଇଁ ଭାରତୀୟ ଏକାଦଶ ଦଳ ଚୟନ କଲେ ଅଗରକର

0 89

ନୂଆଦିଲ୍ଲୀ : ଭାରତର ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ପାଇଁ ନିଜ ପସନ୍ଦର ଭାରତୀୟ ଏକାଦଶ ଘୋଷଣା କରିଛନ୍ତି । ଦଳରେ ଜାଡେଜାଙ୍କୁ ସ୍ଥାନ ଦେଇଥିବା ବେଳେ ଶୁଭମାନ ଗିଲକୁ ଏକାଦଶରୁ ବାହାରେ ରଖିଛନ୍ତି । ଗିଲ ପରବର୍ତ୍ତେ ସେ ମୟଙ୍କ ଅଗ୍ରୱାଲ ସ୍ଥାନ ଦେଇଛନ୍ତି । ରୋହିତ ଶର୍ମାଙ୍କ ସହ ମୟଙ୍କ ଅଗ୍ରୱାଲଙ୍କୁ ଓପନର୍‌ ଭାବରେ ବାଛିଥିଲେ । ମୟଙ୍କ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଭଲ ପ୍ରଦର୍ଶନ କରିପାରିନଥିବା ବେଳେ ଗିଲ ଦମଦାର ପ୍ରଦର୍ଶନ କରିଥିଲେ କିନ୍ତୁ ଇଂଲଣ୍ଡ ବିପକ୍ଷ ସିରିଜରେ ସେ ଫେଲ ହୋଇଥିଲେ ।
ଏଥି ସହିତ ପୂର୍ବତନ ଦ୍ରୁତ ବୋଲର ଅଗରକର ନିଜ ପସନ୍ଦର ଏକାଦଶ ଦଳରେ ମହମ୍ମଦ ସିରାଜଙ୍କୁ ସ୍ଥାନ ଦେଇ ନାହାଁନ୍ତି । ଅଗରକରଙ୍କ ଅନୁଯାୟୀ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଏହି ଐତିହାସିକ ଫାଇନାଲରେ ଇଶାନ୍ତ ଶର୍ମା, ମହମ୍ମଦ ଶାମି ଏବଂ ଜସପ୍ରିତ ବୁମରା ଦ୍ରୁତ ବୋଲିଂ ବିଭାଗର ଦାୟିତ୍ୱ ଗ୍ରହଣ କରିବା ଉଚିତ୍‌ ।

hiring


ଅଗରକର ଖେଳୁଥିବା ଏକାଦଶରେ ଜାଡେଜାଙ୍କୁ ଅଲରାଉଣ୍ଡର ଭାବରେ ଚୟନ କରିଛନ୍ତି । ସାଂପ୍ରତିକ ସମୟରେ ଜାଡେଜା ଜବରଦସ୍ତ ଫର୍ମରେ ଅଛନ୍ତି । ଏହି ଐତିହାସିକ ଫାଇନାଲରେ ଜାଡେଜାଙ୍କ ଠାରୁ ସମସ୍ତେ ଭଲ ପ୍ରଦର୍ଶନ ଆଶା କରୁଛନ୍ତି ।
ଡବ୍ଲ୍ୟୁଟିସି ଫାଇନାଲ ପାଇଁ ଅଜିତ ଅଗ୍ରକରଙ୍କ ଭାରତୀୟ ଏକାଦଶ: ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାନେ, ଋଷଭ ପନ୍ତ (ଉଇକେଟ କିପର), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଇଶାନ୍ତ ଶର୍ମା, ଜସପ୍ରୀତ ବୁମରା ।

hiranchal ad1
Leave A Reply

Your email address will not be published.

three + eighteen =