ରାସ୍ତା ନିର୍ମାଣର ଅନିୟମିତତାର ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

0 170

ବୌଦ୍ଧ/ଜହ୍ନାପଙ୍କ,୨୨/୭- ବୌଦ୍ଧବ୍ଲକ ଖୁଂଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜାତୀୟ ରାଜପଥ ନଂ ୫୭ରୁ ମଧୁପୁର ଗାଁର ରାସ୍ତାର ଉନ୍ନତିକରଣ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ୯୦ ହଜାର ଟଙ୍କା ଅନୁମୋଦନ ହୋଇଥିଲା । ଏହି କାର୍ଯ୍ୟ ବିଭାଗୀୟଙ୍କ ନାମରେ ଥିଲେ ମଧ୍ୟ ଠିକାଦାର ଏହାକୁ ନିର୍ମାଣ କରିଥିଲେ । ରାସ୍ତାରେ ମାତ୍ର ୮/୧୦ ଟ୍ରିପ ପଥରଗୁଣ୍ଡ ପକାଇ ୮୦ ହଜାର ୪୪୪ ଟଙ୍କା ବିଲ କରିଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ । ଫଳରେ ୨୫/୬/୨୦୨୧ ତାରିଖରେ ବୌଦ୍ଧ ବିଡ଼ିଓ ଓ ୩୦/୬/୨୦୨୧ ତାରିଖରେ ବୌଦ୍ଧ ଜିଲ୍ଲାପାଳଙ୍କୁ ଏହାର ତଦନ୍ତ କରି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗର ୨୦ ଦିନରୁ ଉର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ତଦନ୍ତ କାର୍କ୍ୟ ଆଗେଇନଥିବାରୁ ଗ୍ରାମବାସୀ ଉତ୍ୟକ୍ତ ହୋଇ ମଙ୍ଗଳବାର ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ । ବିଡ଼ିଓ କିଛି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ଏଥିରେ ଗ୍ରାମବାସୀ ସନ୍ତୁଷ୍ଟ ହୋଇନଥିଲେ । ଫଳରେ ଆଜି ଗ୍ରାମବାସୀ ଜୁଲାଇ ୩୧ ତାରିଖ ମଧ୍ୟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଖୁଂଟବନ୍ଧ ପଂଚାୟତ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବାକୁ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହାର ଏକ ନକଲ ଦୁର୍ନୀତି ନିବାରଣ ଅଧିକ୍ଷକ ବ୍ରହ୍ମପୁରକୁ ଡାକଯୋଗେ ପ୍ରେରଣ କରିଥିବା ଜଣାଯାଇଛି ।

hiranchal ad1
Leave A Reply

Your email address will not be published.

2 + 2 =