ସ୍ନେକ ହେଲ୍‌ପଲାଇନ ଦ୍ୱାରା ୨ଟି ନାଗସାପ ଉଦ୍ଧାର

0 212

ବୌଦ୍ଧ,୨୨/୭- ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ବୌଦ୍ଧସହରର ବାବୁସାହିରୁ ଏକ ୫ ଫୁଟ ଲମ୍ବର ଗୋଖର ନାଗ ସ୍ନେକ ହେଲପଲାଇନ ଦ୍ୱାରା ଉଦ୍ଧାର କରାଯାଇଛି । ବାବୁସାହି ନିବାସୀ ପ୍ରଦୀପ ମିଶ୍ରଙ୍କ ଘରେ ଏକ ନାଗସାପ ବାହାରିଥିବାବେଳେ ସେ ସ୍ନେକ ହେଲପଲାଇନକୁ ଖବର ଦେଇଥିଲେ । ସେହିପରି ଆଜି ଅପରାହ୍ନ ସାଢେ ୩ଟାବେଳେ ବାବୁସାହିର କ୍ଷୀରୋଦ ଶତପଥୀଙ୍କ ଘରୁ ମଧ୍ୟ ୨ଫୁଟ ଲମ୍ବର ଗୋଖର ନାଗ ବାହାରିଥିଲା । ସେ ମଧ୍ୟ ସ୍ନେକ ହେଲପଲାଇନକୁ ଖବର ଦେବାରୁ ଏନିମଲ୍‌ ୱେଲଫେୟାର ଫୋରମ ସଦସ୍ୟମାନେ ଉଭୟ ସ୍ଥାନରୁ ଏହି ନାଗସାପ ଉଦ୍ଧାର କରିଥିଲେ ।

hiring

ଫୋରମ ସଦସ୍ୟ ଅରୁଣ ମେଣ୍ଡଲୀ, ପ୍ରଶାନ୍ତ ରେଡ୍ଡୀ ଓ ଜିତୁରାଜ ନାୟକ ପ୍ରମୁଖ ଏହି ସାପ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ନାଗସାପକୁ ଉଦ୍ଧାରକରି ନିକଟସ୍ଥ କିଆକଟା ଜଙ୍ଗଲରେ ଛାଡିଦେଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

four × two =