ଏଆଇଏସଏଫ ତରଫରୁ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାପାଇଁ ଦାବି

0 241

ବୌଦ୍ଧ,୧୭/୮- ଲକଡାଉନ ଆଳରେ ସରକାର ଆଜି ଶିକ୍ଷାବ୍ୟବସ୍ଥାକୁ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ କରିସାରିଛନ୍ତି । ବିଶେଷକରି ଗ୍ରାମାଞ୍ଚଳରେ ପରିସ୍ଥିତି ଅଧିକ ସଂଗୀନ ହୋଇପଡିଛି । କେଉଁଠି ମୋବାଇଲ ଟାୱାର ନାହିଁତ ଅନ୍ୟ କେଉଁଠି ଦୁଇଓଳି ପେଟକୁ ଅନ୍ନମୁଠାଏ ଯୋଗାଡ କରିପାରୁନଥିବା ପିତାମାତା ପାଠ ପଢିବା ପାଇଁ ମୋବାଇଲ ଯୋଗାଇବାରେ ସମର୍ଥ ହେବେ କେମିତି ? ଆମ ଦେଶର ଭବିଷ୍ୟତ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଘୋର ଅନ୍ଧକାରମୟକୁ ଠେଲି ଦେଉଛନ୍ତି ସରକାର ।

hiring

ଏହି ପରିପ୍ରେଷୀରେ ଭାରତ ବର୍ଷର ସର୍ବପ୍ରଥମ ଛାତ୍ରସଂଗଠନ ଅଖିଳ ଭାରତ ଛାତ୍ରସଂଘ ଏଆଇଏସଏଫ ଶାଖା କମିଟି ପକ୍ଷରୁ ଆଜି ବୌଦ୍ଧବ୍ଲକ ଅନ୍ତର୍ଗତ ବଘିଆପଡା ପଞ୍ଚାୟତ ମେଣ୍ଢିିମାଳ ଛକଠାରୁ ହିରଣ୍ୟ ଦୀପଙ୍କ ନେତୃତ୍ୱରେ ଏକ ବିକ୍ଷୋଭ ପଟୁଆର ତୁରନ୍ତ ସ୍କୁଲ କଲେଜ ଖୋଲିବାର ସ୍ଲୋଗାନ ଦେଇ ଆରଆଇ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ଆର.ଆଇ. ବଘିଆପଡାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏଆଇଏସଏଫର ପ୍ରାକ୍ତନ ନେତା ଅବକାଶ ସାହୁ, ପ୍ରଦିପ ମହାକୁଡ ପ୍ରମୁଖଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

two × 4 =