ବୀରନରସିଂହପୁର ପଂଚାୟତରେ ଦୁର୍ନୀତି ଅଭିଯୋଗ ଆଣିଲେ ପଂଚାୟତବାସୀ

0 278

ହରଭଙ୍ଗା,୨୧/୮ – ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ବୀରନରସିଂହପୁର ଗ୍ରାମ ପଂଚାୟତର ଜନସାଧାରଣ ପଂଚାୟତରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି । ୭ ନମ୍ବର ୱାର୍ଡ ସଭ୍ୟ କେଦାର ମହାକୁଡ଼ଙ୍କ ନେତ୍ରୁତ୍ୱରେ ପଂଚାୟତର ଏକ ପ୍ରତିନିଧି ଦଳ ଉପ-ଜିଲାପାଳ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପଂଚାୟତ ପିଇଓଙ୍କ ଜରିଆରେ ବୀରନରସିଂହପୁର ଗ୍ରାମ ପଂଚାୟତକୁ ସ୍ପେଶାଲ ଅଡିଟ୍‌ କରିବାପାଇଁ ଦାବି ଜଣାଇଛନ୍ତି । ପଂଚାୟତରେ ବିନା ପଲ୍ଲୀସଭା, ଗ୍ରାମ ସଭାରେ ଲୋକଙ୍କୁ ନଜଣାଇ, ବିନା ଭିଜିଲାନ୍ସ କମିଟିରେ କାର୍ଯ୍ୟ କରାଯିବା, ପ୍ରକୃତ ଶ୍ରମିକଙ୍କ ଲେବର କାର୍ଡ ଫଲ୍ସ କରିବା ଏବଂ ଲକ୍ଷଲକ୍ଷ ଟଙ୍କାର ଦୁର୍ନିତୀ ଅଭିଯୋଗ ପଂଚାୟତବାସୀ ଆଣୁଛନ୍ତି । ମନରେଗାର ପ୍ରତ୍ୟେକ କାର୍ଯ୍ୟ ଏବଂ ପଂଚାୟତକୁ ଆସୁଥିବା ବିଭିନ୍ନ ଅନୁଦାନର ଅଡିଟ କରିବାପାଇଁ ପ୍ରତିନିଧି ଦଳ ଦାବି କରିଛନ୍ତି । ହାଡିବନ୍ଧୁ ସାହୁ, ନେତ୍ରାନନ୍ଦ କହଁର, ବାଲ୍ମିକୀ ମହାକୁଡ଼, ଚିତ୍ତରଂଜନ ସାହୁ, ବିଭୁତି ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ । ଦୃଢ କାର୍ଯାନୁଷ୍ଟାନ ନ ନେଲେ ପଂଚାୟତବାସି ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ପ୍ରତିନିଧି ଦଳ ସୁଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

five × 3 =