ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ମୂଲ୍ୟବୋଧ ଶିକ୍ଷାର ଶୁଭାରମ୍ଭ

0 94

ବୌଦ୍ଧ,୧୪/୩: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆଜି ନୈତିକ ଓ ମୂଲ୍ୟବୋଧ ଶିକ୍ଷାର ଶୁଭାରମ୍ଭ ହୋଇଯାଇଛି । ପ୍ରକାଶଯୋଗ୍ୟ ଯେ ଉଚ୍ଚ ଶିକ୍ଷା ବିଭାଗ ଓଡିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ନାତକ ସ୍ତରରେ ପ୍ରଥମ ଥର ପାଇଁ ଉକ୍ତ ଶିକ୍ଷା କାର୍ଯ୍ୟକ୍ରମ ଅୟମାରମ୍ଭ ହୋଇଅଛି ଯାହାକି ଯୁକ୍ତ ତିନି ପ୍ରଥମବର୍ଷ, ପ୍ରଥମ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ । ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ଏହା ପ୍ରତ୍ୟେକ ବର୍ଷ ପ୍ରତ୍ୟେକ ସେମିଷ୍ଟର ସର୍ବମୋଟ ୬ଟି ପରୀକ୍ଷା ଦେବାକୁ ହେବ । ଆଜିର ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ୧୭୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ଉକ୍ରଣ୍ଠା ଜାଗ୍ରତ ହୋଇଥିଲା ତଥା ଆଗ୍ରହ ସହକାରେ ବିଷୟବସ୍ତୁକୁ ଶ୍ରବଣ କରିଥିଲେ । ନୈତିକ ଓ ମୂଲ୍ୟବୋଧ ଶିକ୍ଷା ବର୍ତ୍ତମାନର ଜଟିଳ ପରିସ୍ଥିତିରେ ଅତୀବ ଜରୁରୀ ତଥା ଛାତ୍ରଛାତ୍ରୀମାନେ ନୀତିନିଷ୍ଠ ଓ କର୍ତ୍ତବ୍ୟ ପରାୟଣା ପୂର୍ବକ ଜୀବନ ନିର୍ବାହ କରି ଦେଶଜାତିର ମାନ ରଖିବେ ବୋଲି ଅଧ୍ୟକ୍ଷ ଶ୍ରୀଯୁକ୍ତ ବେହେରା ମତପୋଷଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନର ଡ. ପ୍ରବୀର କୁମାର ଦାସ, ଶିକ୍ଷା ବିଭାଗର ଅଧ୍ୟାପକ ଡ. ଦିଲ୍ଲୀପ କୁମାର ଖୁଣ୍ଟିଆ, ଓଡିଆ ଅଧ୍ୟାପିକା ସୁଶ୍ରୀ ବାସନ୍ତୀ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକାମାନେ ନିଜନିଜର ସୁଚିନ୍ତିତ ମତ ରଖିଥିଲେ । ବହୁସଂଖ୍ୟାରେ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସଫଳ କରାଇଥିଲେ ।

hiranchal ad1
Leave A Reply

Your email address will not be published.

17 − 6 =