ପିଆଜ ଘରେ ଚାଲିଛି କୁକୁଡ଼ା ଚାଷ

0 252

ବୌଦ୍ଧ/ଜହ୍ନାପଙ୍କ,୨୫/୮- ରାଜ୍ୟରେ ପିଆଜ ଉତ୍ପାଦନ ବୃଦ୍ଧି ନେଇ ସରକାର ଯୋଜନା କରିଛନ୍ତି । ଆଗ୍ରହୀ ଚାଷୀଙ୍କୁ ବିହନ ଠାରୁ ଆରମ୍ଭକରି ପିଆଜ ଘର ପାଇଁ ସହାୟତା ଯୋଗାଇ ଦେଉଛନ୍ତି । କିନ୍ତୁ ବୌଦ୍ଧ ବ୍ଲକରେ ଚାଷୀ ବାରମ୍ବାର କ୍ଷତି ସହିବାରୁ ପିଆଜ ଚାଷ ପ୍ରତି ବିମୁଖ ହେଲେଣି । ସରକାରୀ ସହାୟତାରେ ନିର୍ମାଣ କରିଥିବା ପିଆଜ ଘର ଏବେ କୁକୁଡ଼ା ଘର ପାଲଟିଛି । ଏହାବ୍ୟତୀତ କେଉଁଠି କେଉଁଠି ଟେଣ୍ଟ ସାମଗ୍ରୀ ରହିବା ସହିତ ଷ୍ଟୋର ରୁମ ପାଲଟିଛି । ପ୍ରକାଶ ଯେ ବୌଦ୍ଧ ବ୍ଲକ ଅନ୍ତର୍ଗତ ଖୁଣ୍ଟବନ୍ଧ ,ଲକ୍ଷ୍ମୀପ୍ରସାଦ ,ତେଲିବନ୍ଧ ,ମୁଣ୍ଡିପଦର, ବଢିଗାଁ ପଂଚାୟତରେ ୨୦୨୦-୨୧ଖରିଫ ୠତୁରେ ନିମ୍ନମାନର ବିହନ ଯୋଗୁଁ ଚାଷୀ ପିଆଜ ଚାଷ କରିନଥିଲେ । ପୁଣି ବିକ୍ରି ବ୍ୟବସ୍ଥା ନ ଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇଥିଲେ । ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ପିଆଜ ଚାଷ ପ୍ରତି ମୁହଁ ଫେରେଇ ନେଉଥିବା ଚାଷୀ ପ୍ରକାଶ କରିଛନ୍ତି । ପିଆଜ ସମୟରେ କୂଅ ଗୁଡିକରେ ଜଳସ୍ତର କମିଯିବା ଯୋଗୁଁ ପିଆଜ ଚାଷରେ ବାଧାପ୍ରାପ୍ତ ହେଉଥିବା ଉଦ୍ୟାନ ବିଭାଗ କହୁଛି । ବର୍ତ୍ତମାନ ଏଠାରେ ପିଆଜ ଚାଷ ବନ୍ଦଥିବା ଯୋଗୁଁ ପିଆଜ ଘରେ ଅଧିକାଂଶ ଚାଷୀ କୁକୁଡ଼ା ଚାଷ ଛତୁ ଚାଷ ସହିତ ଟେଣ୍ଟ ସାମଗ୍ରୀ ଓ ଷ୍ଟୋର ରୁମ ହୋଇଥିବା ଦେଖିବାକୁ ମିଳୁଛି । ଏଭଳି ଦୃଶ୍ୟ ବୌଦ୍ଧବ୍ଲକ ମଧୁପୁର ,ଖୁଣ୍ଟବନ୍ଧ, ଚଣ୍ଡୀଗଡ,ଚନ୍ଦ୍ରପୁର,ଜହ୍ନାପଙ୍କ ଓ ପଲସପାଟ ଗ୍ରାମରେ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ପିଆଜ ଚାଷ ପ୍ରତି ଇଚ୍ଛୁକ ଥିବା ଚାଷୀଙ୍କୁ ପିଆଜ ସଂରକ୍ଷଣ ଘର ନଦେଇ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ ଏହି ଘର ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ବୌଦ୍ଧ ଜିଲାରେ ପିଆଜ ଚାଷ ପାଇଁ ଉପଯୁକ୍ତ ମାଟି ରହିଥିବାବେଳ ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଉପଯୁକ୍ତ ଚାଷୀଙ୍କୁ ଚୟନ କରାଯାଇ ପିଆଜ ସଂରକ୍ଷଣ ଘର ବଣ୍ଟନ କଲେ ପ୍ରକୃତ ଚାଷୀ ଉପକୃତ ହେବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

16 − three =