ବୌଦ୍ଧ: ଖମନମୁଣ୍ଡା ଜନଶୁଣାଣି ଶିବିରରେ ୭୨ଟି ଅଭିଯୋଗର ତୁରନ୍ତ ସମାଧାନ ଓ ୧୬ ଜଣ ହିତାଧିକାରୀଙ୍କୁ ସହାୟତା ପ୍ରଦାନ

0 55

ବୌଦ୍ଧ,୨୪/୭: ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଳକ ଖମନମୁଣ୍ଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ଅନୁଷ୍ଠିତ ଜନଶୁଣାଣି ଶିବିରରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ୭୨ ଟି ଅଭିଯୋଗର ତତକାଳ ସମାଧାନ କରିଛନ୍ତି । ଏଥିସହ ୧୬ ଜଣ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ଏହି ଶିବିରରେ ସମୁଦାୟ ୧୫୬ ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୧୫୨ ଗୋଟି ବ୍ୟକ୍ତିଗତ ମାମଲା ଓ ୪ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା । ଶିବିରରେ ରେଡକ୍ରସ ପାଣ୍ଠିରୁ ୨ ଜଣ ହିତାଧିକାରୀଙ୍କୁ ୪ ହଜାର ଟଙ୍କା ଦିଆଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୮ ଜଣଙ୍କୁ ୫୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଛି । ଏଥି ସହିତ ୩ ଜଣ ହିତାଧିକାରୀଙ୍କୁ ଟ୍ରାଇ ସାଇକେଲ ଓ ୩ ଜଣଙ୍କୁ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା । ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର କୁମାର ରାଉତ, ବିଡ଼ିଓଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

3 × five =