ବୌଦ୍ଧ,୨୬/୮- ବୌଦ୍ଧବ୍ଲକ ତାଳସରଡା ପଞ୍ଚାୟତ ମାନେଶ୍ୱର ଗ୍ରାମର ୪୦୦ ଏକର ଚାଷଜମିରୁ ଅଧା ଜମିରେ ଚାଷ ହୋଇଥିବାବେଳେ ବର୍ଷା ଅଭାବରୁ ଜମିସବୁ ଫାଟି ଆଁ କରି ରହିଛି । ଆଉ ଅଧା ଏକର ଜମିରେ ଚାଷ ଆଦୌ ହୋଇପାରିନାହିଁ । ମାନେଶ୍ୱରକୁ କେନାଲପାଣି ଟୋପାଏ ମିଳିପାରିନଥିବା ସେମାନେ ଅଭିଯୋଗକରି ଆଜି ଗ୍ରାମର ଶତାଧିକ ଚାଷୀ ବୌଦ୍ଧ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତହସିଲଦାରଙ୍କ ଅନୁପସ୍ଥିତିରେ କାର୍ଯ୍ୟାଳୟର ବଡବାବୁଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତିି । ଏହି ଦାବିପତ୍ରରେ ଚାଷୀମାନେ ମାନେଶ୍ୱର ଗ୍ରାମକୁ ସଂପୂର୍ଣ୍ଣ ମରୁଡି ଘୋଷଣା କରିବାସହିତ ଚାଷଜମିଗୁଡିକ ତଦାରଖ କରିବାକୁ ଅନୁରୋଧ କରିଛନ୍ତି । ଯାହାଫଳରେ ସେମାନେ ସରକାରଙ୍କ ଠାରୁ ଆଣିଥିବା ଋଣ ଓ ଜଳକର ସଂପୂର୍ଣ୍ଣ ଛାଡ ପାଇପାରିବେ । ତାଳସରଡା ପଞ୍ଚାୟତ ୱାର୍ଡମେମ୍ବର ରଶ୍ମିତା କହଁର, ନବୀନ କୁମାର ଦାସ, ଶଙ୍କର କଂପ, ପ୍ରଦୀପ କୁମାର ଦାସ, ଆନନ୍ଦ ମହାକୁଳ, ଅକ୍ରୁର ପ୍ରଧାନ, ଲଳିତ କହଁର, ବାଳକୃଷ୍ଣ ମହାକୁଳ, ବଳଭଦ୍ର ନାଏକ, ବାବାଜୀ ଦାଶ, ଜ୍ୟୋତିରଞ୍ଜନ ଦାଶ, ଚତୁର୍ଭୁଜ ବନଛୋରଙ୍କ ସମେତ ଶତାଧିକଚାଷୀଙ୍କ ଦସ୍ତଖତ ଥିବା ଏକ ଦାବିପତ୍ର ପ୍ରଦାନ କରାଯାଇଛି ।