ବୌଦ୍ଧ: ସମବାୟ ନିର୍ବାଚନ ଶାନ୍ତିଶୃଙ୍ଖଳାରେ କରିବାକୁ ଜିଲ୍ଲାସ୍ତରୀୟ ବୈଠକ

0 150

ବୌଦ୍ଧ,୭ା୬ : ବୌଦ୍ଧ ଜିଲ୍ଲାରେ ସମବାୟ ସମିତି ଗୁଡିକରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ କରିବାକୁ ଆଜି ଏକ ଜିଲ୍ଲାସ୍ତରୀୟ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବହେରା, ଉପଜିଲାପାଳ ସନତ କୁମାର ନାଏକ , ଡିଏସପି (ଡିଆଇବି) ଦେବାଶିଷ ଧଳ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂହ, ସହକାରୀ ନିବନ୍ଧକ ସମବାୟ ସମିତି ସମୁହ ମଙ୍ଗଳ ସୋରେନ, ଅତରିକ୍ତ ଜିଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ଏଚପିଓ ସୁଧାଂଶୁ ଭୂଷଣ ସା, ସମବାୟ ନିରୀକ୍ଷକ ଗୁରୁଚରଣ ଦାସ ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲାରେ ସମବାୟ ଗୁଡିକରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୯.୬.୨୦୨୨ ରିଖରେ ଥିବା ବେଳେ ଦିତୀୟ ପର୍ଯ୍ୟାୟ ନିର୍ବାଚନ ୨୬.୬.୨୦୨୨ରେ ଅନୁଷ୍ଠିତ ହେବ । ଉଭୟ ନିର୍ବାଚନ ଯେପରି ଶାନ୍ତିଶୃଙ୍ଖଳାରେ ହୋଇପାରିବ ସେ ନେଇ ଜିଲ୍ଲାପାଳ ଶ୍ରୀ ମିଶ୍ର ଗୁରୁତ୍ୱ ଦେବାସହ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୧୦ ଗୋଟି ସମବାୟ ସମିତି ଖୁଣ୍ଟବନ୍ଧ, ଆମ୍ବଝରୀ, ସରସରା, ପୁରୁଣାକଟକ , ସଙ୍କୁଲେଇ,କୁଶଙ୍ଗ, ଆଡେଣୀଗଡ, ସିମିଳିପଦର,ଯୋଗିନ୍ଦ୍ରପୁର ଓ କଂଟାମାଳ ସେବା ସମବାୟ ସମିତିରେ ହେବାକୁ ଥିବାବେଳେ ସେଥିମଧ୍ୟରୁ ଉତ୍ତେଜନା ପ୍ରବଣ ସମିତି ଗୁଡିକରେ କଡା ସୁରକ୍ଷାରେ ନିର୍ବାଚନ କରାଯିବ ବୋଲି ସମବାୟ ସମିତି ସମୁହ ଶ୍ରୀ ସୋରେନ ସୁଚନା ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନର ୨୮ ଗୋଟି ସମିତିର ସମସ୍ତ କମିଟି ସଦସ୍ୟମାନେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି । ନିର୍ଦନ୍ଦ୍ୱରେ ନିର୍ବାଚନ ହୋଇଥିବା ୨୮ ଗୋଟି ସମିତି ପାଇଁ ସଭାପତି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ୪୦ ଗୋଟି ସମବାୟ ସମିତିର ନିର୍ବାଚନ ହେବାକୁ ଥିବାବେଳେ ସେ ନେଇ କିପରି ପ୍ରସ୍ତୁତି ଚାଲିଛି ସେ ନେଇ ଜିଲ୍ଲାପାଳ ଶ୍ରୀ ମିଶ୍ର ସମୀକ୍ଷା କରିବାସହ ଜିଲ୍ଲାରେ ନିୟମ ଅନୁଯାୟୀ ନିର୍ବାଚନ କରିବାକୁ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

one × 1 =