ବୌଦ୍ଧ,୨୬/୯- ବୌଦ୍ଧଜିଲ୍ଲା ତୀରନ୍ଦାଜ ସଂଘର ସଦସ୍ୟ ଓ ଅଭିଭାବକମାନଙ୍କ ଦ୍ୱାରା ସ୍ଥାନୀୟ ବୁଟୁପାଲିସ୍ଥିତ ତୀରନ୍ଦାଜ ସଂଘ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ସଂଘର ସଂପାଦକ ଅର୍ଜୁନ କଅଁର ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଇନ୍ଦ୍ରମଣି ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାପତି ଅଶୋକ କୁମାର ସାହୁ ଓଡିଶା ତୀରନ୍ଦାଜ ସଂଘରେ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାକୁ ସ୍ଥାନ ମିଳିବା ଏକ ଗର୍ବ ଓ ଗୌରବର କଥା ବୋଲି ନିଜ ମତ ରଖିଥିଲେ । ଆଗାମୀ ଦିନରେ ଉଭୟ ଜିଲ୍ଲା ମିଳିତ ହୋଇ ତୀରନ୍ଦାଜ କ୍ଷେତ୍ରରେ ଯଶ ରଖିବେ ବୋଲି ମତପୋଷଣ କରିଥିଲେ । ଶ୍ରୀ ନିରଞ୍ଜନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ ଅଭିଭାବକ ଇନ୍ଦ୍ରମଣି ମେହେର, ଅକ୍ଷୟ କୁମାର ମହାକୁଡ, ନିରଞ୍ଜନ ମେହେର, ଲକ୍ଷ୍ମୀଧର ବେହେରା, ସଞ୍ଜୟ ନାଏକ, ଅରୁଣ ନାଏ. ନାରାୟଣ ବାଙ୍କ, ମଦନମୋହନ ଜଟି ପ୍ରମୁଖ ଉପସ୍ଥିତ ଥିଲେ ।