ବୃକ୍ଷକୁ ବନ୍ଧାଗଲା ପୃଥିବୀର ବୃହତ୍ତମ ୧୪ ଫୁଟିଆ ରାକ୍ଷୀ

0 211

ବୌଦ୍ଧ,୨୨/୮- ବୌଦ୍ଧ ପଞ୍ଚାୟତ କଲେଜର ଏକ ବୃକ୍ଷରେ ବିଶ୍ୱର ସର୍ବବୃହତ୍ତ ୧୪ ଫୁଟର ଏକ ରାକ୍ଷୀକୁ ପବିତ୍ର ରକ୍ଷା ବନ୍ଧନ ଅବସରରେ ବନ୍ଧାଯାଇଛି । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ ଓ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ୧୪ ଫୁଟର ବୃହତ୍ତତ୍ତ ରାକ୍ଷୀ ତିଆରି କରି ବିଶ୍ୱରେକର୍ଡ ପାଇଁ ପ୍ରୟାସ କରାଯାଇଛି । ଏହି ରାକ୍ଷୀ ଯୁବ ରେଡକ୍ରସର ସଂପାଦକ ପ୍ରବୀର ଦାସଙ୍କ ପରିକଳ୍ପନାରେ ୫୦ ଜଣ ଛାତ୍ରଛାତ୍ରୀ ଏବଂ ୫ଜଣ ସ୍ୱେଚ୍ଛାସେବୀଙ୍କ ଉଦ୍ୟମରେ ହୋଇପାରିଛି । ଏହି ରାକ୍ଷୀ ପ୍ରସ୍ତୁତିରେ ଦୁଇଟି ବଡ ବାଉଁଶ, ୧୨ଟି ବିସ୍କୁଟ ପେଟି, ୧କେଜି ସୁତୁଲି, ୪୫ ଡ୍ରଇଁ ସିଟ୍‌, ବିଭିନ୍ନ ରଙ୍ଗ ଏବଂ କଦମ୍ବ ପତ୍ର ବ୍ୟବହାର ହୋଇଛି । ବୃକ୍ଷରେ ରକ୍ଷାବନ୍ଧନ ଯୁବ ରେଡକ୍ରସ ତରଫରୁ ୧୯୯୭ ମସିହାରୁ ଆରମ୍ଭହୋଇ ଚଳିତବର୍ଷ ୨୫ ବର୍ଷରେ ପଦାର୍ପଣ କରିଥିବାରୁ ଏଭଳି ନିଆରା ପ୍ରୟାସ କରାଯାଇଛି । ୨୦୧୨ ମସିହାରେ ଆନ୍ଧ୍ରପ୍ରଦେଶର ଭୀମଭରମ ଠାରେ ଥିବା ଏକ ଇଞ୍ଜିନିୟରିଂ କଲେଜରେ ୧୨ ଫୁଟର ଏକ ରାକ୍ଷୀ ଗଛରେ ବାନ୍ଧି ସେ ସମୟରେ ରେକର୍ଡ ସୃଷ୍ଟି କରିଥିଲେ । ଆଜି ଏହି ରେକର୍ଡକୁ ଭାଙ୍ଗି ୧୪ଫୁଟ ବ୍ୟାସ ବିଶିଷ୍ଟ ଏହି ରାକ୍ଷୀ ପ୍ରସ୍ତୁତ କରି ଗଛରେ ବାନ୍ଧି ଏକ ନୂତନ ବିଶ୍ୱରେକର୍ଡ ସୃଷ୍ଟି କରାଯାଇପାରିଛି ବୋଲି ଯୁବ ରେଡକ୍ରସ ସଂପାଦକ ଶ୍ରୀ ଦାସ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇଥିବାବେଳେ ଜିଲ୍ଲାର ଅନେକ ସରକାରୀ ଅଧିକାରୀ, କଲେଜର ଅଧ୍ୟକ୍ଷ ଏବଂ ଅଧ୍ୟାପକମାନେ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

15 − fourteen =