ଜହ୍ନ ।ପଙ୍କରେ ୩୮ ୟୁନିଟ ରକ୍ତ ସଂଗ୍ରହ

0 185

ବୌଦ୍ଧ/ଜହ୍ନ ।ପଙ୍କ,୨୯/୮- ବୌଦ୍ଧବ୍ଲକ ଜହ୍ନ ।ପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଞ୍ଚଳିକ ସଚେତନ ଯୁବ ସମାଜ, ମାରୁତି ଯୁବକ ସଂଘ ଜହ୍ନ ।ପଙ୍କ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ କାର୍ଡ, ମୁଣ୍ଡପଡାର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିପ୍ରଚରଣ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଯାଦବ କିଶୋର କର୍ଣ୍ଣର୍, ସତ୍ୟାନନ୍ଦ ଜେନା,ବୌଦ୍ଧ ଉପାଧ୍ୟକ୍ଷ ମନରଞ୍ଜନ ପୁରୋହିତ, ବୌଦ୍ଧ ଜିଲ୍ଲା ସରପଞ୍ଚ ସଂଘ ସଭାପତି ବିଦ୍ୟାଧର ସ୍ୱାଇଁ , ଖୁଂଟବନ୍ଧ ସରପଞ୍ଚ ମିତ୍ରଭାନୁ ପ୍ରଧାନ, ଲକ୍ଷ୍ମୀପ୍ରସାଦ ସରପଞ୍ଚ ରାଜେନ୍ଦ୍ର ମେହେର,ସ୍ୱେ୍‌ଛାସେବୀ ସୁରମଣି ମିଶ୍ର ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ଜହ୍ନାପଙ୍କ, ନାରାୟଣନଗର, ଜଗତି, ତେଲିବନ୍ଧ, ଆନନ୍ଦପୁର,ବୁଢ଼ୀପଦର ଓ କମିରା ଗ୍ରାମରୁ ୩୮ ଜଣ ରକ୍ତଦାତା ରକ୍ତ ଦାନ କରିଥିଲେ । ବୌଦ୍ଧ ରକ୍ତ ଭଣ୍ଡାରର ଟେକନିକାଲ ଇନଚାର୍ଜ ଚତୁର୍ଭୁଜ ବାରିକ,ମେଡିକାଲ ଟେକ୍ନୋଲୋଜିଷ୍ଟ ଦେବଦତ୍ତ କିଷାନ ଓ ବାଦଲ କୁମାର ପ୍ରଧାନ ରକ୍ତଦାନ ଶିବିରକୁ ପରିଚାଳନା କରିଥିବାବେଳେ ଆଞ୍ଚଳିକ ସଚେତନ ଯୁବ ସମାଜର ସଭାପତି ପ୍ରଫୁଲ୍ଲ କୁମାର ଜେନା, ଶମ୍ଭୁ ପରିଡା, ମାରୁତି ଯୁବକ ସଂଘର ସଭାପତି ସୁଧାଂଶୁ ଶେଖର ମିଶ୍ର, ସଂପାଦକ ଜଗଦୀଶ ବାରିକ,କୋଷାଧ୍ୟକ୍ଷ ସଞ୍ଜିତ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ଗଜେନ୍ଦ୍ର ପ୍ରଧାନ, ସୁମନ୍ତ ପ୍ରଧାନ ,ବିଭୀଷଣ ପ୍ରଧାନ,କଷ୍ଟ ପ୍ରଧାନ, ସୁରେନ୍ଦ୍ର ବେହେରା, ଟିପୁ ପ୍ରଧାନ, ସତ୍ୟଜିତ ପ୍ରଧାନ, ରାଜା ପ୍ରଧାନ, ପ୍ରକାଶ ବାରିକ, ମକୁନ୍ଦ ଗଡନାଏକ, ଆଶିଷ ପ୍ରଧାନ, ଦଶରଥ ପ୍ରଧାନ,ସ୍ୱାଧୀନ କୁମାର ପ୍ରଧାନ, ବାବୁଲି ବିଶ୍ୱାଳ,କୁନୁ କରିକ,ଆଶିଷ ମିଶ୍ର, ପଙ୍କଜ ଦେୱାଙ୍ଗନ ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

seven + 18 =