ବୌଦ୍ଧ: ସତର୍କ ସୂଚନା ତଳେ ପ୍ରବାହିତ ହେଉଛି ମହାନଦୀ

0 1,284

ବୌଦ୍ଧ,୨୭/୮ – ବୁଧବାର ସନ୍ଧ୍ୟାସୁଦ୍ଧା ଚାଲିଥିବା ଲଗାଣ ବର୍ଷାରେ ମହାନଦୀର ଜଳସ୍ତର ବ୍ରୁଦ୍ଧି ପାଉଥିବାରୁ ତଳିଆ ଅଂଚଳବାସୀଙ୍କ ମନରେ ଭୟ ସଞ୍ଚାର ହୋଇଛି । ବୌଦ୍ଧ ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ ମହାନଦୀର ଜଳସ୍ତର ସତର୍କ ସୂଚନା ତଳେ ରହିଛି । ବୌଦ୍ଧ ଜଳସେଚନ ବିଭାଗ ବଙ୍ଗଳା ନିକଟରେ ଥିବା ବନ୍ୟା ଜଳ ମାପକ ଦଣ୍ଡରେ ବର୍ତ୍ତମାନ ୮୬.୫ ମିଟର୍‌ ଜଳ ପ୍ରବାହିତ ହେଉଛି । ବୌଦ୍ଧପାଇଁ ସତର୍କ ସୂଚନା ୮୬.୭ ମିଟର ଜଳ ପ୍ରବାହିତ ହେଲେ ଦିଆଯାଏ ଓ ୮୭. ୭୦ ହେଉଛି ବିପଦ ଲେଭେଲ୍‌ । ଏ ରିପୋର୍ଟରେ ଜଣାପଡିଛି ଯେ ବୌଦ୍ଧପାଇଁ ମହାନଦୀ ଜଳପ୍ରବାହରେ ବର୍ତ୍ତମାନ କୌଣସି ସତର୍କ ସୂଚନା ନାହିଁ । ଉପର ମୁଣ୍ଡରେ ଅଧିକବର୍ଷା ହୋଇଥିବାରୁ ପରବର୍ତ୍ତୀ ସମୟରେ ଜଳସେଚନ ବିଭାଗ ଜଳସ୍ତର ବୃଦ୍ଧି ପାଇଲେ ଜିଲ୍ଲା ପ୍ରଶାସନକୁ ସୂଚିତ କରିପାରେ । ସେହିପରି ଆଜି ବୌଦ୍ଧବ୍ଲକରେ ୪୪.୦ ମିଲିମିଟର୍‌, କଣ୍ଟାମାଳ ବ୍ଲକରେ ୪୪. ୪ ମିଲିମିଟର୍‌ ଓ ହରଭଙ୍ଗା ବ୍ଲକ୍‌ ରେ ୧୧୦. ୦ ମିଲିମିଟର୍‌ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ଧରୁଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

one × 2 =