ବୌଦ୍ଧ ସହରର ବିଭିନ୍ନ ସ୍ଥାନରେ ମା’ କାଳୀଙ୍କ ପୂଜା

0 142

ବୌଦ୍ଧ,୫/୧୧- ବୌଦ୍ଧ ସହରର ଭୈରବୀ ମାର୍କେଟ ଓ ଶିବାନୀ ମାର୍କେଟରେ ଗତକାଲି ମଧ୍ୟରାତ୍ରୀରୁ ମା’ କାଳୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ଭୈରବୀ ମାର୍କେଟ ପୂଜା ମଣ୍ଡପରେ ଏହି ଅବସରରେ ମଣ୍ଡଳ କରଣ, ମହାନଦୀରୁ ଜଳବୁଡାଇ ଆଣି କଳସ ଅଧିବାସ କରିବାପରେ ଦେବୀଙ୍କ ପ୍ରାଣପ୍ରତିଷ୍ଠା, ଅଗ୍ନିସ୍ଥାପନ, ମା’ ଙ୍କୁ ଆବାହନ କରି ହୋମଯଜ୍ଞ କରାଯାଇଥିଲା । ପୂଜକ ଭାବେ ପଣ୍ଡିତ ସଞ୍ଜିବ କୁମାର ପଣ୍ଡା ପୂଜା କରିଥିବାବେଳେ କର୍ତ୍ତାଭାବେ କୈଳାସ ବେହେରା ପୂଜାରେ ବସିଥିଲେ । କରୋନା କଟକଣାକୁ ଦୃଷ୍ଟିରେ ରଖି ପୂଜା ମଣ୍ଡପରେ ଅଳ୍ପ କିଛି କମିଟି ସଭ୍ୟ ଉପସ୍ଥିତରହି ପୂଜାରେ ଅଂଶଗ୍ରହଣ କରିଥିଲେ । ପ୍ରତିବର୍ଷ ଏହା ୫ରାତି ପୂଜା କରାଯାଉଥିବାବେଳେ ଚଳିତବର୍ଷ କରୋନା କଟକଣା ଯୋଗୁଁ ୩ଦିନ ପାଳନ କରାଯିବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି ।

hiring

ସେହିପରି ଶିବାନୀ ମା ର୍କେଟରେ ମଧ୍ୟ କୋଭିଡ କଟକଣାରେ ପୂଜାକାର୍ଯ୍ୟ କରାଯାଇଛି । ପୋଡାପୋଡା ଘାଟରୁ ଗତକାଲି ବିଳମ୍ବିତ ରାତିରେ କଳସରେ ଜଳବୁଡାଇ ଆଣି ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା । ଏଥିରେ କର୍ତ୍ତାଭାବେ ପ୍ରଭାତ କୁମାର ମହାପାତ୍ର ପୂଜାରେ ବସିଥିବାବେଳେ ପୂଜକ ମାନସ ରଞ୍ଜନ ମିଶ୍ର ପୂଜାକାର୍ଯ୍ୟ ସଂପାଦନ କରିଥିଲେ ।

hiranchal ad1
Leave A Reply

Your email address will not be published.

two × 3 =