ବୌଦ୍ଧ-କିଆକଟା ବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା, ଜଣେ ମୃତ ୨ଜଣ ଗୁରୁତର

0 1,731

ବୌଦ୍ଧ: ଆଜି ସଂଧ୍ୟା ସମୟରେ ବୌଦ୍ଧ-କିଆକଟା ମହାନଦୀ ବ୍ରିଜରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ପରସ୍ପରର ବିପରୀତ ଦିଗରୁ ଆସୁଥିବା କାର, ସ୍କୁଟି ଏବଂ ବାଇକ ମୁହାଁମୁହିଁ ପ୍ରଚଣ୍ଡ ଧକ୍କା ହୋଇଥିଲା । ଧକ୍କାର ତୀବ୍ରତା ଏତେ ପ୍ରଚଣ୍ଡ ଓ ଶକ୍ତିଶାଳୀ ଥିଲା ଯେ, କାରଟି ଘୋଷାଡି ହୋଇ ପ୍ରାୟ ୫୦ମିଟର ଚାଲିଯାଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ୨ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ବୌଦ୍ଧ ଦମକଳ ବାହିନୀ ସାହାଯ୍ୟରେ ପ୍ରଥମେ ବୌଦ୍ଧ ମେଡିକାଲକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ମୃତକ ଜଣକ ବୌଦ୍ଧ ବୁଟୁପାଲିର ମୋତିଲାଲ ଯୋଶିରା ହୋଇଥିବାବେଳେ ଗୁରୁତର ଆହତ ଦୁଇଜଣଙ୍କ ମଧ୍ୟରୁ ଜଣେ ବାପୁଜୀନଗରର ରଞ୍ଜନ ନାୟକ ଓ ଅନ୍ୟଜଣେ ବୌଦ୍ଧ ସହରର ଅଭିଷେକ ସାହୁ । ଦୁର୍ଘଟଣାରେ ଗାଡିଗୁଡିକ ଅନେକାଂଶରେ ଭାଙ୍ଗି ଚୁରମାର ହୋଇଯାଇଛି । ବୌଦ୍ଧ ଓ କିଆକଟା ପୁଲିସ ପହଞ୍ଚି ଘଟଣା ସ୍ଥଳରେ ଅନୁସନ୍ଧାନ ଚଳାଇଛି ।

hiring
hiranchal ad1
Leave A Reply

Your email address will not be published.

two × two =