ଗୁରୁ ଦିବସରେ ଛାତଛାତ୍ରୀଙ୍କୁ ଦିଗଦର୍ଶନ ଦେଲେ ଜିଲ୍ଲାପାଳ

0 84

ବୌଦ୍ଧ: ବୌଦ୍ଧ ଜିଲ୍ଲା ସଂଗ୍ରହାଳୟଠାରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଗୁରୁଦିବସ ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେବା ସହିତ ଅନେକ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜର ଜ୍ଞାନ ବୃଦ୍ଧି ନିମନ୍ତେ ବିଦ୍ୟାଳୟରେ ନିୟୁଜ କର୍ଣ୍ଣରରେ ପ୍ରତିଦିନ ଦେଶ ବିଦେଶର ଖବର ପଢିବାକୁ ଜିଲ୍ଲାପାଳ ଶ୍ରୀ ସାହୁ ପରାମର୍ଶ ଦେବା ସହିତ ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଓଡିଆ ଓ ଇଂରାଜୀ ଖବରକାଗଜ ପଢିବାର ସୁଯୋଗ ପ୍ରଦାନ କରିବାକୁ କହିଥିଲେ । ଗୁରୁଦିବସ ପାଳନର ତାତ୍ପର୍ଯ୍ୟ ଓ ଗୁରୁତ୍ୱ ସଂପର୍କରେ ବୁଝାଇ ଜୀବନରେ ଜଣେ ସଫଳ ମଣିଷ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାପାଳ ଦିଗଦର୍ଶନ ଦେଇଥିଲେ । ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜିଲ୍ଲା ସଂଗ୍ରହାଳୟ ବୁଲିବା ଅବସରରେ ଜିଲ୍ଲାପାଳଙ୍କ ସହିତ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଳାପାଳ ଶ୍ରୀ ସାହୁ ଛାତ୍ରଛାତ୍ରୀଙ୍କ ସହିତ ସଂଗ୍ରହାଳୟ ବୁଲିଦେଖିବା ସହ ନୂତନ ଭାବରେ ଚାଲିଥିôବା ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ପଚାରି ବୁଝିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ତହସିଲଦାର ଦେବିପ୍ରସାଦ ଦାଶ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ଜିଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

3 × 2 =