ରାସ୍ତା ସମସ୍ୟା ନେଇ ତହସିଲଦାର ଓ ପୋଲିସକୁ ସ୍ଥାନୀୟ ବାସିନ୍ଦାଙ୍କ ଲିଖିତ ଅଭିଯୋଗ

0 154

ହରଭଙ୍ଗା,୬/୨- ବୌଦ୍ଧ ଜିଲ୍ଲା ପୁରୁଣାକଟକ – ଧଳପୁର ପୂର୍ତ୍ତରାସ୍ତାର ଏମଇ ସ୍କୁଲ ଛକ ରାସ୍ତା ଦୀର୍ଘଦିନ ହେଲା ଅଧପନ୍ତରିଆ ଭାବେ ପଡି ରହିଥିବାରୁ ବିଶେଷକରି ତିଲେଶ୍ୱର, ଧଳପୁର, ରାମଗଡ଼ ଭଳି ୩ ଟି ପଞ୍ଚାୟତର ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ବିଭାଗୀୟ କର୍ତ୍ତୃୃପକ୍ଷ ଓ ସଂପୃକ୍ତ ଠିକାଦାର ନିରବଦ୍ରଷ୍ଟା ସାଜିଥିବାରୁ ଏହାର ପ୍ରତିବାଦରେ ସୋମବାର ଦିନ ଅଞ୍ଚଳର ଜନସାଧାରଣ ହରଭଙ୍ଗା ତହସିଲଦାର ଓ ସ୍ଥାନୀୟ ପୋଲିସ ଅଧିକାରୀଙ୍କୁ ଲିଖିତଭାବେ ଅଭିଯୋଗ କରିଥିବା ଜଣାପଡିଛି । ସୂଚନା ମତେ ଉକ୍ତ ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ସମ୍ପୃକ୍ତ ଠିକାଦାରଙ୍କ ରାସ୍ତା ନିର୍ମାଣ କାର୍ଯ୍ୟରେ ଅବହେଳା ଓ ବିଭାଗୀୟ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଥିବାରୁ ଉକ୍ତ ଛକ ରାସ୍ତାର ନିର୍ମାଣ କାର୍ଯ୍ୟ ହୋଇପାରୁନାହିଁ । ଫଳରେ ଉକ୍ତ ରାସ୍ତାଉପରେ ଧଳପୁର, ରାମଗଡ ଏବଂ ତିଲେଶ୍ୱର ପଞ୍ଚାୟତର ଶତାଧିକ ଲୋକ ଦୈନନ୍ଦିନ ଯିବାଆସିବା କରୁଥିବା ବେଳେ ପାଠପଢାଠୁ ଆରମ୍ଭକରି ଦୈନିକ ଶହ ଶହ ସ୍କୁଲ କଲେଜ ଛାତ୍ରଛାତ୍ରୀ ପାଠ ପଢିବାକୁ ଯାଇଥାନ୍ତି । ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରୁନଥିବାରୁ ଉକ୍ତ ଦରଖଣ୍ଡିଆ ରାସ୍ତାରେ ବହୁଥର ଛୋଟବଡ଼ ଦୁର୍ଘଟଣା ଘଟି ସାରିଥିବା ବେଳେ ବିଶେଷକରି ବର୍ତ୍ତର୍ମାନ ଚାଷୀଙ୍କ ଧାନ ମଣ୍ଡିରେ ପଡିରହିଥିବା ଓ ରାସ୍ତା ସମସ୍ୟା ପାଇଁ ଭାରୀଯାନ ଯାଇପାରୁନଥିବାରୁ ଚାଷୀଙ୍କ ଧାନ ଶୀତ କାକର ଖାଇ ଖୋଲା ଆକାଶ ତଳେ ପଡିରହିଛି । ଯାହାକି ଚାଷୀଙ୍କ ଭିତରେ ରାସ୍ତା ସମସ୍ୟାନେଇ ଅସନ୍ତୋଷ ବୃଦ୍ଧି ପାଉଛି । ତେଣୁ ତୁରନ୍ତ ଉକ୍ତ ଛକ ରାସ୍ତାର ନିର୍ମାଣ ପାଇଁ ଅଞ୍ଚଳର ଯତ୍ନେଶ୍ୱର ଚାଉଳିଆ, ଅର୍ଜୁନ ପ୍ରଧାନ, ନାରାୟଣ ମହାନ୍ତି, ସୁରେଶ କର୍ଣ୍ଣ, କୈଳାସ ରଥ, ବିଶ୍ୱାମିତ୍ର ଭୋକ୍ତା, ମହେଶ୍ୱର ମହାପାତ୍ର, ବିଜୟ ପ୍ରଧାନ, କାଳିଆ ବେହେରା, ସ୍ମରଜିତ ସେଠୀ ପ୍ରମୁଖ ଦାବି କରିଥିବାବେଳେ ତୁରନ୍ତ ରାସ୍ତା ନିର୍ମାଣ ନହେଲେ ଆଗାମୀ ଦିନରେ ବାଧ୍ୟହୋଇ ରାଜରାସ୍ତାରେ ଆନ୍ଦୋଳନ ଜାରି ରଖିବୁ ବୋଲି ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

15 − fourteen =