ଧଳପୁରରେ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର, ୪୧ଟି ଅଭିଯୋଗ ମଧ୍ୟରୁ ୫ଟି ତୁରନ୍ତ ସମାଧାନ

0 143

ହରଭଙ୍ଗା,୧୯/୧୨- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହ୍ଲାଦ ସହାୟ ମିନାଙ୍କ ମିଳିତ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଞ୍ଚଳର ମୋଟ ୪୧ଟି ଅଭିଯୋଗ ପତ୍ର ଆସିଥିବାବେଳେ ସେଥିମଧ୍ୟରୁ ୩୬ଟି ବ୍ୟକ୍ତିଗତ, ୭ଟି ସାମୁହିକ ଅଭିଯୋଗ ହୋଇଥିଲା । ତନ୍ମଧ୍ୟରୁ ୫ଟି ତୁରନ୍ତ ସମାଧାନ ହୋଇଥିବାବେଳେ ୩ଜଣଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୧୩ହଜାର ଟଙ୍କା ପ୍ରଦାନ କରାଯାଇଥିବାବେଳେ ୫ଜଣଙ୍କୁ ରେଡ଼କ୍ରସ ଫଣ୍ଡରୁ ୧୭ହଜାର ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡିଛି । ଏହି ଅଭିଯୋଗ ଶୁଣାଣିରେ ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ, କଁହର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅଭୟ ଦାସ, ହରଭଙ୍ଗା ବିଡ଼ିଓ ଶମ୍ଭୁ ଭୂଷଣ ମିଶ୍ରଙ୍କ ସମେତ ଜିଲ୍ଲା ଓ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

2 + two =