ହରଭଙ୍ଗା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ ଓ ଲୋଗୋ ଉନ୍ମୋଚନ

0 167

ହରଭଙ୍ଗା,୨୪/୧: – ଆସନ୍ତା ଜାନୁଆରୀ ୨୭ ରୁ ୩୧ ପର୍ଯ୍ୟନ୍ତ ହରଭଙ୍ଗାସ୍ଥିତ ଖେଳ ପଡିଆରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ହରଭଙ୍ଗା ମହୋତ୍ସବ । ଏହି ଅବସରରେ ମଙ୍ଗଳବାର ଶୁଭଖୁଣ୍ଟିି ସ୍ଥାପନ ଏବଂ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିôଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବୌଦ୍ଧ ବିଧାୟକ ତଥା ପଂଚାୟତିରାଜ ପାନୀୟ ଜଳ, ଜଙ୍ଗଲ ପରିବେଶ ଏବଂ ସୂଚନା ଲୋକ ସର୍ମ୍ପକ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦାନ କରି ହରଭଙ୍ଗା ମହୋତ୍ସବ ନିମନ୍ତେ ଶୁଭଖୁଂଟି ସ୍ଥାପନ ଓ ଲୋଗୋ ଉନ୍ମୋଚନ କରିଥିଲେ । ପ୍ରଥମେ ଖେଳପଡିଆରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ଶୁଭଖୁଂଟି ସ୍ଥାପନ କରାଯାଇଥିଲା । ପରେ ସ୍ଥାନୀୟ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଲୋଗୋ ଉନ୍ନୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଲୋକ କଳା ଓ ସାଂସ୍କୃତିକ ପରିଷଦ ହରଭଙ୍ଗା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଶହଶହ ଛାତ୍ରଛାତ୍ରୀଙ୍କ କରତାଳିରେ ଅତିଥିମାନଙ୍କୁ ପାଛୋଟି ନିଆଯାଇଥିଲା । ପରେ ମନ୍ତ୍ରୀ ପ୍ରଦିପ ଅମାତଙ୍କ ଦ୍ୱାରା ହରଭଙ୍ଗା ମହୋତ୍ସବ ଲୋଗୋ ଉନ୍ନୋଚିତ ହୋଇଥିଲା । ମନ୍ତ୍ରୀ ତାଙ୍କ ଭାଷଣରେ ହରଭଙ୍ଗାରେ ପ୍ରଥମ ଥର ମହୋତ୍ସବ ଆୟୋଜନ ପାଇଁ ଉଦ୍ୟୋକ୍ତାମାନଙ୍କୁ ଧନ୍ୟବାଦ ଦେଇଥିଲେ । ଏଥିସହିତ ମହୋତ୍ସବ ଯୋଗୁଁ ଐତିହ୍ୟସ୍ଥାନ ହରଭଙ୍ଗାର ଗୌରବ ଫେରିପାଇବ ବୋଲି ମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ । ଏଥିପାଇଁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ମଧ୍ୟ କହିଥିଲେ । ସମସ୍ତେ ଏକତ୍ରିତ ହୋଇ ଏଭଳି ମହତ୍‌ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହିତ ବୌଦ୍ଧ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ହରଭଙ୍ଗା ସରପଂଚ ଶକୁନ୍ତଳା ବେହେରା, ଆବାହାକ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରିୟନାଥ ଶର୍ମା, ମହୋତ୍ସବ ସଭାପତି ସୁବୋଧ କୁମାର ପ୍ରଧାନ ,ସମ୍ପାଦକ ସରୋଜ କୁମାର ଭୋକ୍ତା ,ସଂଯୋଜକ ପ୍ରଦୀପ କୁମାର ସାହୁ, ଶୁଶିଲ ପ୍ରଧାନ, ପ୍ରକାଶ ବେହେରା, ସତ୍ୟବାଦୀ ଚାଉଳିଆ, ତ୍ରିବିକ୍ରମ ମହାକୁଡ, ନଟବର ପ୍ରଧାନ, ମାନଭଞନ ନାଏକ, ନରୋତ୍ତମ ପ୍ରଧାନ, କିଶୋରୀ ଭୋକ୍ତା, ପ୍ରସନ୍ନ କୁମାର ବାଈ, ଶ୍ରୀକାନ୍ତ ଦେହୁରୀ, ସଂଜିବ ଦେହୁରୀ, ବିଜୟାନନ୍ଦ ସାହୁ, ହିମାଂଶୁ ଶେଖର ରାଉତ, ବବୁଲୁ ଖଡିରତ୍ନ ଚିତ୍ତରଞ୍ଜନ ସିଂଙ୍କ ସମେତ ବହୁସଂଖ୍ୟାରେ ମହୋତ୍ସବ ପ୍ରେମୀ ଏବଂ କଲେଜ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

19 + 2 =