ହରଭଙ୍ଗା,୭/୭ – ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ବାଣୀଭୂଷଣପୁର ପଂଚାୟତ ବାହାଲି ଠାରେ ଅସଂପୂର୍ଣ୍ଣ ହୋଇ ପଡିରହିଥିବା ସେତୁକୁ ସଂପୂର୍ଣ୍ଣ କରିବା ଦାବିନେଇ ଆଜି ସ୍ଥାନିୟ ବାସିନ୍ଦା ତେଇସିମାଇଲ୍ ଠାରେ େଖୋର୍ଦ୍ଧା-ବଲାଙ୍ଗିର ୫୭ନମ୍ବର ଜାତୀୟ ରାଜପଥ ଉପରେ ସକାଳ ୬ଟାରୁ ଧାରଣାରେ ବସିରହିଥିଲେ । ୩ ଘଣ୍ଟା ବସିରହିବାପରେ ଜାତୀୟ ରାଜପଥ ଉଭୟ ପାଶ୍ୱର୍ରେ ଯାନବାହାନ ଭିଡ ପରିଲକ୍ଷିତ ହୋଇଥିଲା । ପରେ ଖବର ପାଇ ଘଟଣାସ୍ଥଳରେ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା ପହଞ୍ଚି ଧାରଣାରେ ବସିଥିବା ଲୋକମାନଙ୍କୁ ବୁଝାଶୁଝା କରିବାସହ ଆଜି ଅପରାହ୍ନ ସମୟରେ ଜିଲ୍ଲାପାଳ, ପିଡି ଘଟଣାସ୍ଥଳରେ ପହଞ୍ଚି ସମସ୍ୟା ସଂପର୍କରେ ସ୍ଥାନୀୟ ଲୋକମାନଙ୍କ ସହ ସବିଶେଷ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି ବିଡିଓ ପ୍ରତିଶୃତି ଦେବାପରେ ଧାରଣା ହଟିଥିଲା । ଯଦି ଜିଲ୍ଲାପାଳ ବାହାଲି ନାଳ ସେତୁ ସମସ୍ୟାର ସମାଧାନ ନକରନ୍ତି ଆସନ୍ତାକାଲି ପୁର୍ନବାର ଜାତୀୟ ରାଜପଥକୁ ଅବରୋଧ କରାଯିବ ବୋଲି ସ୍ଥାନୀୟ ବାସିନ୍ଦାଙ୍କ ସମେତ ୯ ନମ୍ବର୍ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ ଚେତାବନୀ ଦେଇଥିବା ଜଣାପଡିଛି ।