ଗଜପତି ଜିଲ୍ଲା ଆଇନ ପ୍ରାଧିକରଣ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

0 67

ଗଜପତି,୭/୭- ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ନୂତନ ଜିଲ୍ଲାକୋର୍ଟ ପରିସରରେ ଓ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ସରକାରଙ୍କ କୋଭିଡ କଟକଣାକୁ ମାନି ବନ ମହୋତ୍ସବ ପାଳିତ ହୋଇଯାଇଛି । ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି ସପ୍ତାହ ବ୍ୟାପି କାର୍ଯ୍ୟକ୍ରମରେ ସହରର ମୁଖ୍ୟସ୍ଥଳରେ ଥିବା ମହାରାଜାଙ୍କ ଉଚ୍ଚ ବାଳକ ବିଦ୍ୟାଳୟ ଓ ନୂତନ ଜିଲ୍ଲା କୋର୍ଟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ଶ୍ରୀ ହେମନ୍ତ କୁମାର ସେଠୀ ଯୋଗ ଦେଇ ବିଭିନ୍ନ ପ୍ରଜାତିର ବୃକ୍ଷରୋପଣ କରିଥିଲେ ଏବଂ ଏହାର ଉପକାରିତା ବିଷୟରେ ସଚେତନତା କରାଇଥିଲେ । ବୃକ୍ଷ ରୋପଣ ଦ୍ୱାରା କିପରି ପରିବେଶ ସୁରକ୍ଷା ରହିବା ଦ୍ୱାରା ମାନବ ସମାଜ ଉପକୃତ ହେବେ ସେ ବିଷୟରେ ଆଲୋକପାତ କରି ଥିଲେ । ପ୍ରତ୍ୟେକ ସାଧାରଣ ଲୋକନିଜର ଜନ୍ମଦିନରେ ଗଛଟିଏ ରୋପଣ କଲେ ସାରା ଜଗତ ବିଷ ବଳୟରୁ ରକ୍ଷା ପାଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ମହାରାଜାଙ୍କ ବାଳକ ଉଚ୍ଚ଼ ବିଦ୍ୟାଳୟରେ ଆୟୋଜିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ସହ ମୁଖ୍ୟ ଅତିଥି ଭାବେ ପ୍ରାଧିକରଣ ସଚିବ ଶ୍ରୀ ବ୍ୟୋମକେଶ ନାୟକ ଯୋଗଦେଇ ବୃକ୍ଷରୋପଣ ସଙ୍ଗେ ସଙ୍ଗେ ପିଲାମାନଙ୍କୁ ଗଛ ଲଗାଇବା ଓ ତାର ସଠିକ ଯତ୍ନ ନେବା ଦ୍ୱାରା ପରିବେଶ କିପରି ସନ୍ତୁଳିତ ହୋଇଥାଏ ସେ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ରୂପେ ସିଜେଏମ ଶ୍ରୀ ମାନସ କୁମାର ପଣ୍ଡା, ଡିଏଲଏସଏ ସେକ୍‌ରେଟାରୀ ବ୍ୟୋମକେଶ ନାୟକ,ସିଜେ (ଏସଡି) ଚନ୍ଦ୍ରାହାସ ବେହେରା,ରେଜିଷ୍ଟ୍ର ।ର ସିଭିଲ କୋର୍ଟ ଶ୍ରୀ ସତ୍ୟବ୍ରତ ରାଣା, ଜେଏମଏଫସି ପାରଳାଖେମୁଣ୍ଡି ଶ୍ରୀ ଅରଜିତ ଦାସ,ଡିଏଫଓ ସଂଗ୍ରାମ ବେହେରାଏବଂ ସମସ୍ତ ଆଇନଜୀବୀ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ଆୟୋଜିତ ଏହି ବନ ମହୋତ୍ସବକୁ ପ୍ରାଧିକରଣ କର୍ମଚାରୀ ସମେତ ସମସ୍ତ ବନ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

four × two =